ETV Bharat / state

ମାଲକାନଗିରିରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଭାଗ ନେଲେ ବଛା ବଛା ଦଳ - state level Cricket turnament

ମାଲକାନଗିରି ଜିଲ୍ଲା କ୍ରିକେଟ ଆସୋସିଏସନ ତରଫରୁ ଜିଲ୍ଲାସ୍ତରରୁ ବଛା ବଛା ତିନୋଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ଅଧିକ ପଢନ୍ତୁ...

ମାଲକାନଗିରି କ୍ରିକେଟ ଆସୋସିଏସନ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ

author img

By

Published : Mar 1, 2021, 11:44 AM IST

ମାଲକାନଗିରି: ଜିଲ୍ଲା ଡିଏନକେରେ 14ରୁ 16 ବର୍ଷ ପିଲାଙ୍କୁ ନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଜିଲ୍ଲା କ୍ରିକେଟ ଆସୋସିଏସନ ତରଫରୁ ଜିଲ୍ଲାସ୍ତରରୁ ବଛା ବଛା ତିନୋଟି ଦଳ ଗଠନ କରାଯାଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି ।

ମାଲକାନଗିରି କ୍ରିକେଟ ଆସୋସିଏସନ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ମାଲକାନଗିରି ମାଲ୍ୟବନ୍ତ -୧୧, ବାଲିମେଳା ଚ୍ୟାଲେଞ୍ଜର, ଜେଆରସିସି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ 4ଦିନ ଧରି ଚାଲିବ । ଓସିଏ-24 ଭିଜନକୁ ନେଇ ଏହି ମ୍ୟାଚ ଅନୁଷ୍ଠିତ ହେଉଥିବା କୁହାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରୁଥିବା ଦଳ ଜିଲ୍ଲାସ୍ତରରେ କଟକକୁ ଖେଳିବାକୁ ଯିବାକୁ ଚୟନ ହେବେ ବୋଲି କହିଛନ୍ତି ଓଡିଶା ରଣଜୀ ଦଳର ମ୍ୟାନେଜର ସତବୀର ସିଂହ ।

ଆୟୋଜିତ ହୋଇଥିବା ଟୁର୍ଣ୍ଣାମେଣ୍ଟକୁ ତହସିଲଦାର ଗୁଣନିଧି ନାୟକ ଉଦଘାଟନ କରିଛନ୍ତି । ଜିଲ୍ଲା କ୍ରିକେଟ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ତୃଣମୂଳସ୍ତରରୁ ପିଲାଙ୍କୁ କ୍ରିକେଟ ପ୍ରତି ଉତ୍ସାହିତ କରିବା ସହ ଜିଲ୍ଲାରୁ ବଛା ବିଛା କ୍ରିକେଟ ଖେଳାଳୀଙ୍କୁ ରାଜ୍ୟସ୍ତରରେ ଭାଗ ନେବାକୁ ସୁଯୋଗ ଦେବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ବୋଲି କୁହାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.