ETV Bharat / state

ମାଲକାନଗିରିରେ କୋରୋନା ଟିକାକରଣର ଡ୍ରାଏ ରନ - ମାଲକାନଗିରିରେ କୋରୋନା ଟୀକାକରଣର ଡ୍ରାଏ ରନ

ମାଲକାନଗିରି ଜିଲ୍ଲାରେ କୋଭିଡ ଟିକାକରଣର ଡ୍ରାଏ ରନ । ଟୀକା ଆସିଲେ ଏହାକୁ ସୁରୁଖୁରୁରେ ବିତରଣ କିଭଳି କରାଯିବ, ସେଥିପାଇଁ ଆଜି(ଶନିବାର) ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଏ ରନ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ...

covid-19-vaccination-dry-run-will-be-conducted in Malkangiri
ମାଲକାନଗିରିରେ କୋରୋନା ଟୀକାକରଣର ଡ୍ରାଏ ରନ
author img

By

Published : Jan 2, 2021, 7:23 PM IST

ମାଲକାନଗିରି: ଜିଲ୍ଲାରେ କୋଭିଡ ଟିକାକରଣର ଡ୍ରାଏ ରନ । ଟୀକା ଆସିଲେ ଏହାକୁ ସୁରୁଖୁରୁରେ ବିତରଣ କିଭଳି କରାଯିବ ସେଥିପାଇଁ ଆଜି(ଶନିବାର) ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଏ ରନ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ କୋ-ୱିନ ୱେବ ପୋର୍ଟାଲର ବ୍ୟବହାର କରାଯାଇଥିଲା ।

ମାଲକାନଗିରିରେ କୋରୋନା ଟୀକାକରଣର ଡ୍ରାଏ ରନ

ପ୍ରତି ପଏଣ୍ଟରେ ୫ ଜଣ ଭ୍ୟାକ୍ସିନେଟର ରହିଥିଲେ । ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଡମି ଟିକାକରଣର ଅନୁଷ୍ଠିତ ହୋଇଥିଲା । ଟୀକା ନେବାକୁ ଆସୁଥିବା ବ୍ୟକ୍ତିଙ୍କର ପ୍ରଥମେ ରେଜିଷ୍ଟ୍ରେସନ ଓ ପରିଚୟ ପତ୍ର ଯାଞ୍ଚ ହୋଇଥିଲା । ଏହାପରେ ବ୍ୟକ୍ତିଙ୍କୁ ୱେଟିଂ ରୁମକୁ ଛଡାଯାଇଥିଲା ଓ ପରେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଭ୍ୟାାକ୍ସିନେସନ ରୁମକୁ ପଠାଯାଇଥିଲା ।

ଟିକାକରଣ ପରେ ୩୦ ମିନିଟ ଯାଏଁ ଅବଜରଭେସନ ରୁମରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ରଖାଯାଇଥିଲା । ଏଠାରେ ୨ ଜଣ ଅଧିକାରୀ ଟୀକା ନେଇଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲେ ।

କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ତୁରନ୍ତ ଚିିକିତ୍ସା କରିବେ । ତେବେ ମାଲକାନଗିରି ଜିଲ୍ଲାରେ ଆଜି ସୁଦ୍ଧା 5260 ଜଣ ପଞ୍ଜିକରଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପଞ୍ଜିକରଣ କରିଥିବା ସ୍ୱାସ୍ଥ୍ୟକର୍ମୀ ଓ କୋରୋନା ଯୋଦ୍ଧାଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.