ETV Bharat / state

ପ୍ରେମୀ ଯୁଗଳଙ୍କ ଭିଡ଼ିଓ ଭାଇରାଲ ଘଟଣା, 6 ଅଭିଯୁକ୍ତ ଗିରଫ - ମାଲକାନଗିରି ପୋଲିସ

ଯୁବତୀଙ୍କୁ ଅସଦାଚରଣ ସହ ଭିଡ଼ିଓ ଭାଇରାଲ ଘଟଣାରେ 7 ଅଭିଯୁକ୍ତଙ୍କୁ ଗିରଫ କରିଛି ମାଲକାନଗିରି ଥାନା ପୋଲିସ । ଅଧିକ ପଢନ୍ତୁ...

ପ୍ରେମୀ ଯୁଗଳଙ୍କ ଭିଡ଼ିଓ ଭାଇରାଲ ଘଟଣା, 6 ଅଭିଯୁକ୍ତ ଗିରଫ

author img

By

Published : Sep 25, 2021, 8:08 PM IST

ମାଲକାନଗିରି: ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧାହେଲେ 7 ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅଧିନ ପଦ୍ମଗିରି ରାସ୍ତାରେ । ସୂଚନାନୁସାରେ ପଦ୍ମଗିରି ରାସ୍ତା କଡରେ ଜଣେ ଯୁବକ ଓ ଯୁବତୀ ଅସଂଯତ ଅବସ୍ଥାରେ ଧରା ପଡିବା ପରେ ସେମାନଙ୍କୁ ବଳ ପୂର୍ବକ 7 ଜଣ ଯୁବକ ଅସଦାଚରଣ କରିଥିଲେ । ଏପରିକି ଘଟଣାସ୍ଥଳରେ ଯୁବତୀଙ୍କ ପୋଷାକ ଛଡାଇ ନେବା ସହ ତାଙ୍କୁ ଉଲଗ୍ନ କରି ବିଭିନ୍ନ ଶାରୀରିକ ନିର୍ଯାତନା ଦେଇଥିବା ନେଇ ସୂଚନା ମିଳିଛି।

ପ୍ରେମୀ ଯୁଗଳଙ୍କ ଭିଡ଼ିଓ ଭାଇରାଲ ଘଟଣା, 6 ଅଭିଯୁକ୍ତ ଗିରଫ

ଏତିକିରେ ମନ ବୁଝିନଥିଲା ଯେ ଶେଷରେ ଗଣ ଦୁର୍ଷ୍କମ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ ଅଭିଯୁକ୍ତ ଯୁବକମାନେ । ଶେଷରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରିଥିଲେ ।

ଏନେଇ ଶୁକ୍ରବାର ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଆକ୍ସନ ମୋଡରେ ଘଟଣାସ୍ଥଳକୁ ଯାଇ ପୁରା ତଦନ୍ତ ଆରମ୍ଭ କରିଛି ମାଲକାନଗିରି ଥାନା ପୋଲିସ । ଏହି ଘଟଣାରେ ସିନ୍ଦ୍ରିମାଳ ଗାଁର ସମସ୍ତ 6 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ମାଲକାନଗିରି ଥାନାଧିକାରୀ ସୂଚନା ଦେଇଛନ୍ତି ।

ତେବେ ଗିରଫ 7 ଅଭିଯୁକ୍ତମାନେ ହେଲେ ଡମ୍ବରୁ ମାଡକାମି, ପ୍ରିତମ କରସ୍ତା, ତ୍ରିନାଥ କରସ୍ତା, କାନ୍ତା କରସ୍ତା, ସମାରୁ କରସ୍ତା ଓ ଦେବା ମାଢି ଓ ଜଣେ ନାବାଳକ ଥିବା ନେଇ ପୋଲିସ ସୂଚନା ଦେବା ସହ ନାବାଳକଙ୍କ ନାମ ଘୋଷଣା କରିନାହିଁ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.