ETV Bharat / state

ବଣ୍ଡାଘାଣ୍ଟିରେ କୋରୋନା ସଚେତନତା, ୧୨ ବଣ୍ଡା ହୋଇଥିଲେ ସଂକ୍ରମିତ - ମାଲକାନଗିରି ଖବର

ବଣ୍ଡାଘାଟିରେ କୋରୋନା ସଚେତନତା କରାଇଲେ ମାଲକାନଗିରି ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ । ଏହି ଅଧିକାରୀମାନେ ବଣ୍ଡାଘାଟିର ଅଣ୍ଡ୍ରାହାଲ ଏବଂ ମୁଦୁଲିପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚିଥିଲେ । ଅଧିକ ପଢ଼ନ୍ତୁ...

ବଣ୍ଡାଘାଣ୍ଟିରେ କୋରୋନା ସଚେତନତା, ୧୨ ବଣ୍ଡା ହୋଇଥିଲେ ସଂକ୍ରମିତ

author img

By

Published : May 18, 2021, 8:26 PM IST

ମାଲକାନଗିରି: ବଣ୍ଡାଘାଟିରେ କୋରୋନା ସଚେତନତା କରାଇଲେ ମାଲକାନଗିରି ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ । ଏହି ଅଧିାକରୀମାନେ ବଣ୍ଡାଘାଟିର ଅଣ୍ଡ୍ରାହାଲ ଏବଂ ମୁଦୁଲିପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚିଥିଲେ । ଲୋକଙ୍କୁ କୋଭିଡ ମହାମାରୀ ବିଷୟରେ ସଚେତନ କରାଇଥିଲେ ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ ।

ବଣ୍ଡାଘାଣ୍ଟିରେ କୋରୋନା ସଚେତନତା, ୧୨ ବଣ୍ଡା ହୋଇଥିଲେ ସଂକ୍ରମିତ

ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ଏବଂ ବାରମ୍ବାର ହାତ ଧୋଇବା ସଂପର୍କରେ ଲୋକଙ୍କୁ ବୁଝା ଯାଇଥିଲା। ବଣ୍ଡାଘାଟିରେ ବସବାସ କରୁଥିବା ଆଦିମ ଜନଜାତି କୋରୋନା ମହାମାରୀ ସମ୍ପର୍କରେ ଅବଗତ ନାହାନ୍ତି । କୋରୋନାକୁ ନେଇ ସଚେତନ ନଥିବାରୁ ଏହି ଅଞ୍ଚଳରେ ମଧ୍ୟ ସଂକ୍ରମଣ ଦେଖା ଦେଇଛି । ବଣ୍ଡାଘାଟିରେ ୧୨ ଜଣ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ 4 ଜଣ ସୁସ୍ଥ ହୋଇ ସାରିଛନ୍ତି ।

ବର୍ତ୍ତମାନ ଏହି ଅଞ୍ଚଳରେ ଗାଁ ଗାଁରେ ରହିଥିବା ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷକମାନଙ୍କ ସହ ବିଭିନ୍ନ ଏନଜିଓଙ୍କ ଜରିଆରେ ସଚେତନତା କାର୍ଯ୍ୟକ୍ରମ କରାଯିବ । କୌଣସି ବଣ୍ଡା ଜନଜାତିଙ୍କ ନିକଟରେ କୋରୋନା ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ କରାଯିବ। ଏହାସହ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିବା ବ୍ୟବସ୍ଥା ମଧ୍ୟ କରାଯିବ ।

ଏହାକୁ ମଧ୍ୟ ପଢନ୍ତୁ: ବଣ୍ଡାଘାଟିରେ ପହଞ୍ଚିଲା କୋରୋନା, 12 ପଜିଟିଭ

ବାହାର ରାଜ୍ୟରୁ ଦାଦନ ଖଟି ଆସୁଥିବା ବଣ୍ଡାଙ୍କୁ ସଙ୍ଗରୋଧରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଣ୍ଡାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯିବା ସହ ଦରକାର ପଡିଲେ ହିଁ ଘରୁ ପଦାକୁ ବାହାରିବାକୁ କୁହାଯାଇଛି। ଏହି ରୋଗ ମାରାତ୍ମକ ବୋଲି ବୁଝାଇଲେ ପ୍ରଶାସନିକ ଅଧିକାରୀ । ମାଲକାନଗିରି ଜିଲ୍ଲା ୱାଇ ବିଜୟ, ସିଡିଏମଓ, ଖଇରପୁଟ ବିଡିଓ, ତହସିଲଦାର ପ୍ରମୁଖ ଏହି ଅଞ୍ଚଳରେ ଆଜି (ମଙ୍ଗଳବାର) ପହଞ୍ଚିଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.