ମାଲକାନଗିରି: ଜିଲ୍ଲା କଂଗ୍ରେସ ପକ୍ଷରୁ 2 ଦଫା ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କୋଭିଡ଼ ମୃତକଙ୍କୁ ପରିବାରକୁ 4 ଲକ୍ଷ ଟଙ୍କା ପ୍ରଦାନ ଓ ମ୍ୟୁନିସିପାଲିଟି ଅଧୀନରେ ଥିବା 19ଟି ୱାର୍ଡରେ ଥିବା ସମସ୍ୟାର ସମାଧାନ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛି କଂଗ୍ରେସ ।
19 ଟି ୱାର୍ଡରେ ପଟ୍ଟା ପ୍ରଦାନ କରିବା ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି । ଏହି ଦୁଇ ଦଫା ଯଦି 15 ଦିନ ମଧ୍ୟରେ ପୂରଣ କରାନଯାଏ, ତେବେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଦଳ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ