ETV Bharat / state

Panchayat Poll: ଦୀର୍ଘ ବର୍ଷ ପରେ ଲାଲଗଡରେ ପଡିବ ଭୋଟ - ମାଲକାନଗିରି ନିର୍ବାଚମନ ଖବର

ମାଲକାନଗିରି ଜିଲ୍ଲାର ଲାଲଗଡ ଭାବେ ପରିଚିତ ସ୍ବାଭିମାନ ଅଞ୍ଚଳରେ ହେବ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ। ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ହେବ । ମାଓବାଦୀଙ୍କ ନାଲିଆଖି ଯୋଗୁଁ ଦୀର୍ଘ ବର୍ଷ ହେବ ନିର୍ବାଚନରୁ ବଞ୍ଚିତ ଥିଲେ ସ୍ବାଭିମାନ ଅଞ୍ଚଳବାସୀ । ଚିତ୍ରକୋଣ୍ଡା ବ୍ଲକରେ 18 ଟି ପଞ୍ଚାୟତରେ ଦୁଇଟି ଜିଲ୍ଲା ପରିଷଦ ଜୋନରେ ହେବ ନିର୍ବାଚନ। ଅଧିକ ପଢନ୍ତୁ

ଦୀର୍ଘ ବର୍ଷ ପରେ ଲାଲଗଡରେ ପଡିବ ଭୋଟ
ଦୀର୍ଘ ବର୍ଷ ପରେ ଲାଲଗଡରେ ପଡିବ ଭୋଟ
author img

By

Published : Feb 23, 2022, 7:32 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଲାଲଗଡ ଭାବେ ପରିଚିତ ସ୍ବାଭିମାନ ଅଞ୍ଚଳରେ ହେବ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ। ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ହେବ। ମାଓବାଦୀଙ୍କ ନାଲିଆଖି ଯୋଗୁଁ ଦୀର୍ଘ ବର୍ଷ ହେବ ନିର୍ବାଚନରୁ ବଞ୍ଚିତ ଥିଲେ ସ୍ବାଭିମାନ ଅଞ୍ଚଳବାସୀ। ଚିତ୍ରକୋଣ୍ଡା ବ୍ଲକରେ 18 ଟି ପଞ୍ଚାୟତରେ ଦୁଇଟି ଜିଲ୍ଲା ପରିଷଦ ଜୋନରେ ହେବ ନିର୍ବାଚନ।

ଦୀର୍ଘ ବର୍ଷ ପରେ ଲାଲଗଡରେ ପଡିବ ଭୋଟ

ଏଠାରେ 222 ଟି ବୁଥରେ ମତଦାନ କରିବେ ଭୋଟର। ଏହି ବ୍ଲକରେ 41 ହଜାର 582 ଭୋଟର ନିଜ ମତ ସାବ୍ୟସ୍ତ କରିବେ। 81 ଟି ସମ୍ବେଦନଶୀଳ ବୁଥ ଏବଂ 60 ଟି ଅତି ସମ୍ବେଦନଶୀଳ ବୁଥ ରହିଛି। ମାଓବାଦୀଙ୍କ ଭୟରେ 54 ଟି ବୁଥକୁ ରି-ଲୋକେଶନ କରାଯାଇଛି। ତେଣୁ ସେହି ମାଓ ପ୍ରବଣ ଅଞ୍ଚଳର ଭୋଟରଙ୍କୁ ଡଙ୍ଗା ଯୋଗେ ସ୍ଥାନାନ୍ତର କରାଯିବ। ଯାହା ଜିଲ୍ଲା ପ୍ରଶାସନ ଦ୍ବାରା ମାଗଣାରେ ସେମାନଙ୍କୁ ବୁଥରେ ପହଁଞ୍ଚାଯିବ।

ଦୁଇଟି ଜିଲ୍ଲା ପରିଷଦ ଜୋନ ପାଇଁ 7 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। 59 ଜଣ ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ, ଜଣ ଏଭଳି ଭାବେ 144 ପ୍ରାର୍ଥୀ ପ୍ରତିଯୋଗିତାରେ ଥିବାବେଳେ 198 ସ୍ବାଧିନ ପ୍ରାର୍ଥୀ ରହିଛନ୍ତି। ଏହି ବ୍ଲକରେ ମୋଟ 342 ଜଣ ପ୍ରାର୍ଥୀ ରହିଛନ୍ତି। ସ୍ବାଭିମାନ ଅଞ୍ଚଳ ତିନୋଟି ପଞ୍ଚାୟତ ଯନ୍ତ୍ରୀ ପାଇଁ 11 ଟିମ ଅଣ୍ଡ୍ରାପାଲି ପାଇଁ 3ଟି ଟିମ ଓ ଯୋଡାଆମ୍ବ ପଞ୍ଚାୟତ ପାଇଁ ଗୋଟିଏ ଟିମ ଏମିତି ସମୁଦାୟ 15ଟି ପୋଲିଂ ପାର୍ଟିକୁ ଜିଲ୍ଲା ପ୍ରଶାସନ ଏକ ସ୍ବତନ୍ତ୍ର ଲଞ୍ଚରେ ପଠାଇବାର ବ୍ୟବସ୍ଥା କରାଯାଇଥିଲା ।

ଏହାବାଦ ଆଜି ରାତିରେ ଲଞ୍ଚ ଘନବେଡାରେ ପହଞ୍ଚିବା ପରେ ରାତିରେ ପୁଲିଂ ପାର୍ଟି BSF କ୍ୟାମ୍ପରେ ରାତ୍ରିଯାପନ କରି ଆସନ୍ତାକାଲି ସକାଳେ ନିଜନିଜ ବୁଥକୁ ଯିବେ ବୋଲି କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ।

ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଦୀର୍ଘ 12 ବର୍ଷ ପରେ ଏହି ଅଞ୍ଚଳରେ ଲୋକମାନେ ଗଣତନ୍ତ୍ରର ବଡପର୍ବ ରେ ସାମିଲ ହେବେ । ମାଓ ଇଲାକାରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ SOG, DVF ଏବଂ BSF ଯବାନଙ୍କୁ ନିୟୋଜିତ କରାଯାଇଛି। ଏହାସହ ମାଲକାନଗିରି ଏସପି ସ୍ବାଭିମାନ ଅଞ୍ଚଳର ଜନ୍ତାପାଇ ଠାରେ ଥିବା ପୋଲିସ କ୍ୟାମ୍ପ ଠାରୁ ଆଗକୁ ନଯିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି ।

ଏହାସହ ନିର୍ବାଚନକୁ ପାଇଁ ସୁରକ୍ଷା ଦୃଷ୍ଟିରୁ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ବୋଲି ସୁଚନା ଦେଇଛନ୍ତି ମାଲକାନଗିରି ଏସପି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.