ETV Bharat / state

ମାଲକାନଗିରି ଶିଶୁ ବିକ୍ରି ଘଟଣା: ମା’ କୋଳକୁ ଫେରିଲା ଶିଶୁ - ମାଲକାନଗିରି ଶିଶୁ ବିକ୍ରି ଖବର

ମାଲକାନଗିରି ଶିଶୁ ବିକ୍ରି ଘଟଣା । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତତ୍ପରତା ପ୍ରକାଶ କରି ବିକ୍ରି ହୋଇଥିବା ଶିଶୁକୁ ଉଦ୍ଧାର କରି ମା’ଙ୍କୁ ହସ୍ତାନ୍ତର କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ଶିଶୁକୁ ହସ୍ତାନ୍ତର କରାଯାଇଛି । ଅଧିକ ପଢନ୍ତୁ...

child protection unit of malkangiri
ମାଲକାନଗିରି ଶିଶୁ ବିକ୍ରି ଘଟଣା: ଶିଶୁକୁ ଉଦ୍ଧାର କରି ମା କୁ ହସ୍ତାନ୍ତର କଲା ଶିଶୁ ସୁରକ୍ଷା ବିଭାଗ
author img

By

Published : Jan 18, 2021, 9:48 PM IST

ମାଲକାନଗିରି: ଗୋବିନ୍ଦପାଲ୍ଲୀ ଶିଶୁ ବିକ୍ରି ଘଟଣା । ବିକ୍ରି ଶିଶୁକୁ ଉଦ୍ଧାର କରି ଶିଶୁ ସୁରକ୍ଷା ବିଭାଗ ମା’ଙ୍କୁ କଲା ହସ୍ତାନ୍ତର । ଗତ କିଛି ଦିନ ତଳେ ଦାରିଦ୍ର୍ୟର ତାଡନାରେ ନିଜ ଜନ୍ମ କଲା ପୁଅକୁ ବିକ୍ରି କରିଥିବା ନିଜେ ପଶ୍ଚାତାପ କରି ଆତ୍ମହାତ୍ୟା କରିଥିଲେ ବାପା । ଏହା ଘଟାଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ମାଲକାନଗିରି ଶିଶୁ ବିକ୍ରି ଘଟଣା: ଶିଶୁକୁ ଉଦ୍ଧାର କରି ମା କୁ ହସ୍ତାନ୍ତର କଲା ଶିଶୁ ସୁରକ୍ଷା ବିଭାଗ

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ନିକଟସ୍ଥ ସପ୍ତଧାରା ଗ୍ରାମରେ ଗତ କିଛି ଦିନ ତଳେ ଦାରିଦ୍ର୍ୟର ତାଡନାରେ ସେମାନାଥ ମୂଲ ନାମକ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ । ସେ ନିଜର ପରିବାରର ପ୍ରତିପୋଷଣ ପାଇଁ ନିଜର ଚାରି ମାସର ଶିଶୁକୁ ବିକ୍ରି କରିଦେଇଥିଲା । ତେବେ ଏହି ଘଟଣା ସାରା ଜିଲ୍ଲା ଏବଂ ରାଜ୍ୟକୁ ଚର୍ଚ୍ଚାର ପରିସରକୁ ଆଣିଥିଲା । ଏହା ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ଚାଇଲ୍ଡ ଲାଇନ ତତ୍ପରତା ଦେଖାଇ ବିକ୍ରି ହୋଇଥିବା ଶିଶୁକୁ ଖୋଜିବା ସହ ପତ୍ନୀ କୁନି ଖିଲ ଓ ଝିଅକୁ ବୃଦ୍ଧାଶ୍ରମରେ ରଖିଥିଲା । ଅନ୍ୟ ତିନି ଜଣ ସନ୍ତାନକୁ କୁନି ଖୀଲ ପୋଷିପାରିବ ନାହିଁ ବୋଲି ମନା କରିବା ପରେ ପ୍ରଶାସନ ତାକୁ ଶିଶୁ ଗୃହରେ ରଖୁଛି । ତେବେ ବିକ୍ରି ହୋଇଥିବା ଶିଶୁକୁ କୁଡୁମୁଲୁଗୁମ୍ମାର ହାଟପଦା ସାହିରେ ବାସ କରୁଥିବା ବନମାଳି ଖିଲଙ୍କ ଘରୁ ଉଦ୍ଧାର କରାଯାଇଥିଲା । ସେଠାରୁ ଶିଶୁକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଆଜି ଶିଶୁର ସମସ୍ତ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତର କହିବା ପରେ ତାକୁ ତା ମାଆ କୁନି ଖିଲକୁ ହସ୍ତାନ୍ତର କରିଥିଲେ । ପ୍ରଥମେ କୁନି ପିଲାକୁ ନେବାକୁ ଅମଙ୍ଗ ହେଉଥିଲା ପରେ ଯଦି ସେ ନନେବ ତେବେ ସରକାର ତାକୁ ନିଜର ସୁରକ୍ଷାରେ ରଖିବେ ବୋଲି କହିବା ପରେ ସେ ପୁଅକୁ ନେବାକୁ ରାଜି ହୋଇଥିଲା । ଆଜି ପୁଅକୁ କୁନିକୁ ହସ୍ତାନ୍ତର କଲା ବେଳେ ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ , ସୁଦର୍ଶନ ରାଉତ , ମେଡିକାଲ ମ୍ୟାନେଜର ସୁଶାନ୍ତ ଶେଖର ପଣ୍ଡିତ , ଡାକ୍ତର ଶୁଶ୍ରୀ ରାୟ , ନିବେଦିତା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.