ETV Bharat / state

ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଉଥିବା 7 ନାବାଳିକା ଉଦ୍ଧାର - ମାଲକାନଗିରିରୁ ଶିଶୁ ଶ୍ରମିକ ଉଦ୍ଧାର

ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା 7 ନାବାଳିକାଙ୍କୁ ଉଦ୍ଧାର । ଉଦ୍ଧାର ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଜିଲ୍ଲା ଶିଶୁ ସୁରକ୍ଷା ସମିତି । ଅଧିକ ପଢନ୍ତୁ

ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା 7 ନାବାଳିକାଙ୍କୁ ଉଦ୍ଧାର

author img

By

Published : Aug 6, 2022, 1:49 PM IST

ମାଲକାନଗିରି: ରାଜ୍ୟ ବାହାରକୁ ଦାଦନ ଚାଲାଣ ଦିନକୁ ଦିନ ବଢିବାର ଲାଗିଛି । ମାଲକାନଗିରିରୁ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା କିଛି ନାବାଳିକାଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ଘଟଣାସ୍ଥଳରୁ ଚମ୍ପଟ ମାରିଛି ଦଲାଲ ।

ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା 7 ନାବାଳିକାଙ୍କୁ ଉଦ୍ଧାର

ସୂଚନା ଅନୁସାର, ଆନ୍ଧ୍ରକୁ ଶୁକ୍ରବାର ୭ଜଣ ନାବାଳିକା ଚାଲାଣ ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ମାଲକାନଗିରି ଚାଇଲ୍ଡ ଲାଇନ । ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଚାଇଲ୍ଡ ଲାଇନର ଏକ ଟିମ୍ । ନାବାଳିକାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷଙ୍କ ପାଖରେ ହାଜର କରାଯାଇଥିଲା । ଘଟଣାର ତଦନ୍ତ ପାଇଁ ନାବାଳିକା ମାନେ ଗୋଟିଏ ଦିନ ସ୍ବଧାର ଗୃହରେ ରହିଥିଲେ ।

ଆଜି(ଶନିବାର) ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଜିଲ୍ଲା ଶିଶୁ ସୁରକ୍ଷା ସମିତି । ସମସ୍ତ ନାବାଳିକା କୋରକୁଣ୍ଡା ବ୍ଲକ କାମବେଡା ଅଞ୍ଚଳର’ ବୋଲି କହିଛନ୍ତି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ । ସେମାନଙ୍କୁ ସରକାରଙ୍କ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ କହିଛନ୍ତି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ । ‘‘କୋରୋନା ପରେ ସେମାନଙ୍କ ଆର୍ଥିକ ସ୍ଥିତି ବିଗିଡି ଯାଇଛି । ଯାହାର ଫାଇଦା ଉଠାଉଛନ୍ତି ଦଲାଲ । ସେମାନଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଚାଲାଣ କରୁଥିବା’’ କହିଛନ୍ତି ଅଧ୍ୟକ୍ଷ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.