ETV Bharat / state

ପଛୁଆ ସ୍ବାଭିମାନ ଅଞ୍ଚଳକୁ ଆଗୁଆ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ମଙ୍ଗଳବାର ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଯନ୍ତା ଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି ସ୍ବାଭିମାନ ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ସ୍ବାଭିମାନ ଅଞ୍ଚଳବାସୀଙ୍କ ସହ ସିଧାସଳଖ କଥା ହେଲେ ମୁଖ୍ୟମନ୍ତ୍ରୀ

author img

By

Published : Nov 17, 2020, 7:56 PM IST

Updated : Nov 17, 2020, 8:20 PM IST

ମାଲକାନଗିରି: ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେଲେ ସ୍ବାଭିମାନ ଅଞ୍ଚଳବାସୀ । ମଙ୍ଗଳବାର ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଯନ୍ତାପାଇ ଠାରେ । ଏହି ଅବସରରେ ସ୍ବାଭିମାନ ଅଞ୍ଚଳର ସମସ୍ତ ପରିବାରକୁ ମାଗଣାରେ ମୋବାଇଲ ବଣ୍ଟନ କରାଯାଇଥିଲା ।

2011 ଜନଗଣନା ଅନୁଯାୟୀ ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ୬ ହଜାର ୯୧୭ ପରିବାରକୁ ମୋବାଇଲ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହାସହ ସ୍ବାଭିମାନ ଅଞ୍ଚଳ ପାଇଁ ଆଉ 100 କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସ୍ବାଭିମାନ ଅଞ୍ଚଳରେ ସ୍ବତନ୍ତ୍ର ଗ୍ରୀଡ ପ୍ରତିଷ୍ଠା, ପାନୀୟ ଜଳ ପାଇଁ 20 କୋଟିର ପ୍ୟାକେଜ, 250ଟି ନଳକୂପ, 25କୋଟି ବ୍ୟୟ ଅଟକଳରେ ଜଳସେଚନ ବ୍ୟବସ୍ଥା, 419 ଡିପ୍ ବୋରୱେଲ ଯାହାକି 17000 ହେକ୍ଟର ଚାଷ ଜମିକୁ ଜଳସେଚିତ କରିବ ।

ସ୍ବାଭିମାନ ଅଞ୍ଚଳବାସୀଙ୍କ ସହ ସିଧାସଳଖ କଥା ହେଲେ ମୁଖ୍ୟମନ୍ତ୍ରୀ

ଏହାସହ ମାଓବାଦୀଙ୍କୁ ହିଂସା ଛାଡି ମୁଖ୍ୟସ୍ରୋତକୁ ଫେରିବାକୁ ଅନୁରୋଧ କରିଥିଲେ । ପଛୁଆ ସ୍ବାଭିମାନ ଅଞ୍ଚଳକୁ ଆଗୁଆ କରିବା ପାଇଁ ସ୍ବାଭିମାନ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଜଣେ ଛାତ୍ରୀ, ଜଣେ ମହିଳା ଓ ପୁରୁଷଙ୍କ ସହ ସିଧାସଳଖ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେମାନଙ୍କ ସମସ୍ୟା ଶୁଣିବା ସହ ସମାଧାନର ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁ ହେବା ପରେ ବିକାଶ କାର୍ଯ୍ୟକୁ ସ୍ବାଭିମାନ ଅଞ୍ଚଳବାସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଟି ଓ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବେହେରା, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସ୍ଥାନୀୟ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ ।

ମୋବାଇଲ ବାଣ୍ଟିବା ଦ୍ବାରା ପୋଲିସ ମାଓ ଦମନରେ ନିଶ୍ଚିତ ଭାବେ ସହାୟକ ହେବ ଏବଂ ମାଓ ଅପରେସନରେ ସୁବିଧା ହେବ ବୋଲି ମାଲକାନଗିରି ଏସପି କହିଛନ୍ତି । ମୋବାଇଲ ପାଇବାରେ ସ୍ଥାନୀୟ ବାସିନ୍ଦା କହିଛନ୍ତି ସେମାନେ ଏବେ ଅନଲାଇନରେ ପାଠ ପଢ଼ି ପାରିବେ, ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ନିଜର ସମସ୍ୟା ପ୍ରଶାସନ ନିକଟରେ ପହଞ୍ଚି ପାରିବ ।

ଗୁରୁପ୍ରିୟା ସେତୁ ହେବାର ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ ହୋଇଥିଲେ ମଧ୍ୟ 50 ପ୍ରତିଶତ ଅଞ୍ଚଳକୁ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ । ଏବେ ବି ଅନେକ ଅଞ୍ଚଳ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବାବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ତେଣୁ ଏହି ସବୁ ଅଞ୍ଚଳକୁ ମଧ୍ୟ ଖୁବଶୀଘ୍ର ବିକାଶ ପହଁଚିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Nov 17, 2020, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.