ETV Bharat / state

‘ସରକାରୀ ଡାକ୍ତରଖାନାରେ ସବୁ ଅଛି, ମାଗଣାରେ ଉଠାନ୍ତୁ ଫାଇଦା’

ପୁଣି ଚର୍ଚ୍ଚାରେ ମାଲକାନଗିରି ଚିକିତ୍ସାଳୟ । ହେଲେ ଏଥର ଦୁର୍ନାମ ପାଇଁ ନୁହେଁ ବରଂ ସବୁ ସୁବିଧା ଯୋଗାଇ ପ୍ରଂଶସା ସାଉଁଟିଛି ଏହି ମେଡିକାଲ । ସେଥିପାଇଁ ଜିଲ୍ଲା ମୁଖିଆ ତାଙ୍କ ପତ୍ନୀଙ୍କ ପ୍ରସବ କରାଇଛନ୍ତି ।

author img

By

Published : Jul 13, 2019, 10:42 PM IST

Updated : Jul 13, 2019, 10:48 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ‘କୌଣସି ବେସରକାରୀ ନର୍ସିଂହୋମ ଠାରୁ କମ ନୁହେଁ ସରକାରୀ ଡାକ୍ତରଖାନା । ପ୍ରସବ ଠାରୁ ଅସ୍ତ୍ରୋପଚାର ସବୁ କିଛି ପାଇଁ ସମସ୍ତ ପ୍ରକାର ସୁବିଧା ଏଠାରେ ରହୁଛି । ସେ ବି ମାଗଣାରେ । ଏଣୁ ଅଯଥାରେ ଭୟଭୀତ ହୋଇ ଅଧିକା ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ’ ବୋଲି ପରାମର୍ଶ ଦେଇଛନ୍ତି ମାଲକାନଗିରି ଜିଲ୍ଳା ଚିକିତ୍ସା ଅଧିକାରୀ ଅନୀଲ କୁମାର ମିଶ୍ର ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ମାଲକାନଗିରି

ଜିଲ୍ଲା ଚିକିତ୍ସାଳୟରେ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ପତ୍ନୀଙ୍କ ପ୍ରସବ ପରେ ସରକାରୀ ଡାକ୍ତରଖାନା ଉପରେ ଲୋକଙ୍କ ବିଶ୍ବାସ ବଢିଯାଇଛି । ବର୍ଷେ ତଳେ ମାଲକାନଗିରିର ଏହି ଡାକ୍ତରଖାନାରେ ଏସପି ଜଗମୋହନ ମିନା ତାଙ୍କ ପତ୍ନୀଙ୍କ ପ୍ରସବ କରାଇଥିଲେ । ଜିଲ୍ଲା ମୁଖିଆ ହୁଅନ୍ତୁ ବା ଜଣେ ଗରିବ ସାଧାରଣ ରୋଗୀ ଡାକ୍ତରୀ ସେବା ସମସ୍ତଙ୍କ ଲାଗି ସମାନ ରହିଛି ବୋଲି ସିଡିଏମଓ ଅତି ପ୍ରାଞ୍ଜଳ ଭାବେ ବୁଝାଇ ଦେଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

SLUG -ପୁର୍ବଶତୃତା ନେଇ ନୁଅସାହି ଆଞ୍ଜିଆ ପେଟା ମଧ୍ୟରେ ଗୋଷ୍ଟି ସଙ୍ଘର୍ଶରେ  ଦୁଇ ଆହତ  । ଥାନା ଉପରକୁ ପଥର ମାଡ଼ , ପୁଲିସର ଲାଠି ଚାର୍ଜ  ।
Anchor -  ପୁର୍ବଶତୃତା ନେଇ ନୁଅସାହି ଆଞ୍ଜିଆ ପେଟା ମଧ୍ୟରେ ଗୋଷ୍ଟି ସଙ୍ଘର୍ଶରେ  ଦୁଇ ଆହତ  । ଆହତଙ୍କ ମଧ୍ୟରେ ନୁଆସାହିର  ଉମେଶ ଚନ୍ଦ୍ର ହିଆଲ ଥିବା ବେଳେ ଆଞ୍ଜିଆ ପେଟାର ହରିଶ ପଟ୍ଟନାୟକ ମଧ୍ୟ ଆହତ ହୋଇଛନ୍ତି  । ରାଜନୈତିକ ପୁର୍ବ ଶତୃତାକୁ ନେଇ ଏହି ଗୋଷ୍ଟି ସଙ୍ଘର୍ଶ ଘଟିଥିବା କୁହାଯାଉଛି । ଉଭୟଙ୍କ ପକ୍ଷରୁ ରାୟଗଡ଼ା ଥାନାରେ ମାମଲା ରୁଜୁ ହୋଇଛି  । ଆଜି ନୁଆ ସାହିର ଶତାଧିକ ପୁରୁଷ ମହିଳା  ହରିଶ ପଟ୍ଟନାୟକଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଥାନା ଭିତରକୁ ଧସେଇ ପସିଥିଲେ  । ଏମିତିକି  ଆଞ୍ଜିଆପେଟାର ନାରାୟଣ ନାମକ ଜଣେ ଯୁବକ ଅନ୍ୟ କୈଣସି କାରଣରୁ ଥାନାକୁ ଆସିଥିବା ବେଳେ ତାଙ୍କୁ ଆଜି ଥାନା ସମ୍ମୁଖରେ ନୁଆସାହିର ଯୁବକ ମାନେ ଆକ୍ରମଣ କରିଥିଲେ  । ତୁରନ୍ତ ପୁଲିସ ପହଁଚି ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିଥିଲା  । ଘଟଣାକୁ ନେଇ ଏବେ ମଧ୍ୟ ଉତେଜନା ଲାଗିରହିଛି । ରାୟଗଡ଼ା ଏସପି ଥାନାରେ ପହଁଚି ଲୋକଙ୍କୁ ବୁଝାସୁଝା କରୁ ଥିବା ବେଳେ ଉତ୍ୟକ୍ତ ଲୋକେ ପୁଲିସ ଏବଂ ଥାନା ଉପରକୁ ଟେକା ପଥର ମାଡ଼ ମାରଛନ୍ତି  । ଫଳରେ ଏସପି ଏବଂ କିଛି ପୁଲିସ ଅଧିକାରି ଏଥିରେ ଆହତ ହୋଇଥିବା ଖବର ମିଲିଛି  । ତେବେ ଏହି ରିପୋର୍ଟ ଲେଖାସୁଧା ପୁଲିସ ପକ୍ଷରୁ ସ୍ୱଷ୍ଟ ସୁଚନା ମିଳିପାରି ନାହିଁ । ପରିସ୍ଥିତ ଅଣଆୟତ ହେବା ଯୋଗୁଁ ପୁଲସ ଲାଠି ଚାର୍ଜ କରିଛି ତେବେ ଘଟଣା ଅଧିକ ସିଆରପିଏଫ ମୁତୟନ କରାଯାଇଛି । ତେବେ ଏନେଇ ଏସଡ଼ିପିଓ ତପନ ନାରାୟଣ ରଥ କହିଛନ୍ତି ଯେ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି  । ତଦନ୍ତ ଜାରି ରହିଛି ଏଥିରେ ଯାହାର ସମ୍ପୃକ୍ତି ଜଣାପଡ଼ିବ ତାଙ୍କ ବିରୁଦ୍ଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ଏଠାରେ ସୁଚନା ଯେଗ୍ୟକି ହରିଶ ପଟ୍ଟନାୟକ ଗତ ନିର୍ବାନଚରେ ରାୟଗଡ଼ାର କଂଗ୍ରେସ ପ୍ରାର୍ଥୀ ଆପଲୁସ୍ୱାମୀ କାଡ଼୍ରାକାଙ୍କ ଦୃଢ଼ ସମର୍ଥକ ଭାବେ କାମକୁଥିବା ବେଳେ ନବନିର୍ବାଚିତ ବିଧାୟକଙ୍କ ଜିତିଗତ ପ୍ରମାଣ ପତ୍ରକୁ ନେଇ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି  । ସେହିଭଳି  ଉମେଶ ଚନ୍ଦ୍ର ହିଆଲ ନୁତନ ବିଧାୟକ ମକରନ୍ଦ ମୁଦୁଲିଙ୍କ ଦୃଢ଼ ସମର୍ଥକ ହୋଇଥିବା ବେଳେ ହାଇକୋଟରେ ମାମଲା ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା  । ତେଣୁ ଏହି ଗୋଷ୍ଠି ସଙ୍ଘର୍ଶ ରାଜନୈତିକ ପ୍ରେଣୋଦିତ ବୋଲି ଜଣାପଡ଼ୁଛି  ।
ବାଇଟ –ଉମେଶ ଚନ୍ଦ୍ର ହିଆଲ (ଅହତ ନୁଆସାହି ବାସିନ୍ଧା)
 ବାଇଟ – ଶ୍ରବଣ ବିବେକ ଏମ ( ଏସପି , ରାୟଗଡ଼ା )

Last Updated : Jul 13, 2019, 10:48 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.