ETV Bharat / state

ଧସେଇ ପଶିଲା ମିନିଟ୍ରକ, ଅଳ୍ପକେ ବର୍ତ୍ତିଲେ ପୋଲିସ ଓ ଶିକ୍ଷକ - ଧସେଇ ପଶିଲା ମିନିଟ୍ରକ

ଛତିଶଗଡ଼ ଓ ଓଡିଶା ସୀମାନ୍ତ ଚାଲାଣଗୁଡା ଠାରେ ଲକଡାଉନ ଯୋଗୁଁ ଜନସାଧାରଣଙ୍କ ଉପରେ ଯିବାଆସିବା ରୋକ ଲଗାଯାଇଥିବା ବେଳେ ଏଠାରୁ କେବଳ ବ୍ୟବସାୟିକ ଯାନବାହନ ପରିବହନ ପାଇଁ ଅନୁମତି ରହିଛି । ଅଧିକ ପଢନ୍ତୁ...

ଧସେଇ ପଶିଲା ମିନିଟ୍ରକ ଅଳ୍ପକେ ବର୍ତ୍ତିଲେ ପୋଲିସ ଓ ଶିକ୍ଷକ

author img

By

Published : Jun 2, 2021, 7:05 PM IST

ମାଲକାନଗିରି: ଛତିଶଗଡ଼ ଓ ଓଡିଶା ସୀମାନ୍ତ ଚାଲାଣଗୁଡା ଠାରେ ଲକଡାଉନ ଯୋଗୁଁ ଜନସାଧାରଣଙ୍କ ଉପରେ ଯିବାଆସିବା ରୋକ ଲଗାଯାଇଥିବା ବେଳେ ଏଠାରୁ କେବଳ ବ୍ୟବସାୟିକ ଯାନବାହନ ପରିବହନ ପାଇଁ ଅନୁମତି ରହିଛି । ସର୍ବସାଧାରଣଙ୍କ ଯାତାୟତ ବେଳେ ଆରଟିପିସିଆର ଟେଷ୍ଟ ରିପୋର୍ଟ କିମ୍ବା ନେଗେଟିଭି ରିପୋର୍ଟରେ ମାଲକାନଗିରି ଜିଲ୍ଲାକୁ ପ୍ରବେଶ ପାଇଁ ଅନୁମତି ମିଳିଥାଏ ।

ଧସେଇ ପଶିଲା ମିନିଟ୍ରକ ଅଳ୍ପକେ ବର୍ତ୍ତିଲେ ପୋଲିସ ଓ ଶିକ୍ଷକ

ଗତ କାଲି(ମଙ୍ଗଳବାର) ରାତିରେ ଏକ ଅଭାବନୀୟ ଘଟଣାକ୍ରମେ ଜଗଦଲପୁର ସହରରୁ ମାଲକାନଗିରି ଆସୁଥିବା ଏକ ମିନିଟ୍ରକ ସିଜି୧୭ କେଟି୫୩୯୯ ନମ୍ବର ଗାଡିଟି ଦ୍ରୁତ ଗତିରେ ଆସିବା ବେଳେ ଟିଟିବେରୀ ଗାଁ ପ୍ରବେଶ ପଥରେ ତନଖି ବ୍ୟାରିକେଟକୁ ଧକ୍କା ଦେବା ସହ ମାଲକାନଗିରି ଅଭିମୁଖେ ଛୁଟିଥିଲା । ପରେ ଚଲାନଗୁଡା ବ୍ୟାରିକେଟରେ ଅଟକାଇବା ସମୟରେ ଗାଡି ଚାଳକଙ୍କ ଖାମଖିଆଲି ଯୋଗୁଁ ଦୁର୍ଘଟଣା ଘଟାଇ ବ୍ୟାରିକେଟକୁ ଭାଙ୍ଗି ଚୁରମାର କରିଦେଇଥିଲା ।

ସୌଭାଗ୍ୟ ବଶତଃ ସେଠାରେ କାର୍ଯ୍ୟରତ ପୋଲିସକର୍ମୀ ସହ ଡିଉଟିରେ ଥିବା ଶିକ୍ଷକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଡ୍ରାଇଭର ନାମ ରାଜୁ ବୟସ ପ୍ରାୟ ୨୭ ବର୍ଷ ହେବ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଡ୍ରାଇଭର ଗାଡି ଚାଳନା ସମୟରେ ମୋବାଇଲରେ କଥା ହେଉଥିଲେ ଯାହାଦ୍ୱାରା ଏହି ଦୁର୍ଘଟଣା ଘଟିଥିଲା । ଗାଡିକୁ ଅଟକ ରଖାଯାଇ ଅଧିକ ତଦନ୍ତ କରାଯାଉଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.