ETV Bharat / state

KCC Bank Director Election: ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ, ଜଙ୍ଗଲରେ ଲଣ୍ଡା କରି ଦେଲେ ନିର୍ଯାତନା

author img

By

Published : Nov 3, 2022, 7:53 PM IST

କେସିସି ବ୍ୟାଙ୍କର ନିର୍ଦ୍ଦେଶକ ଲାଗି ନିର୍ବାଚନ । ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କୁ ଅପରହଣ କରି ଜଙ୍ଗଲରେ ରଖିଥିବା ବେଳେ ଲଣ୍ଡା କରିଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

KCC Bank Director Election: ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ, ଜଙ୍ଗଲରେ ଲଣ୍ଡା କରି ଦେଲେ ନିର୍ଯାତନା
KCC Bank Director Election: ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ, ଜଙ୍ଗଲରେ ଲଣ୍ଡା କରି ଦେଲେ ନିର୍ଯାତନା

ମାଲକାନଗିରି: କେସିସି ବ୍ୟାଙ୍କର ନିର୍ଦ୍ଦେଶକ ନିର୍ବାଚନ (Kangra Central Cooperative Director Election) ପୂର୍ବରୁ ପ୍ରାର୍ଥୀକୁ ଅପହରଣ ଅଭିଯୋଗ । ପ୍ରାର୍ଥୀଙ୍କୁ ଜଙ୍ଗଲରେ ରଖିବା ସହ ତାଙ୍କ କେଶ କାଟି ଲଣ୍ଡା କରିବା ସହ ନିର୍ଯାତନା ଦିଆଯାଇଛି । ତେବେ ନେଇ ଥାନାରେ ଖୋଦ ପ୍ରାର୍ଥୀ ଏତଲା ଦେଇଛନ୍ତି ।

କେସିସି ବ୍ୟାଙ୍କ ନିର୍ଦ୍ଦେଶକ ପଦବୀ ପାଇଁ ଗତ ୩୦ ତାରିଖରେ ୭ ନମ୍ବର ଜୋନ ପାଇଁ ଗୋପୀ ପାଙ୍ଗି ଓ ହଳଧର କୋପେଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ତେବେ ଏହି ନିର୍ବାଚରେ ପ୍ରାର୍ଥୀ ହଳଧର କୋପେଙ୍କୁ ନିର୍ବାଚନ ପୂର୍ବରୁ ଅପହରଣ କରାଯିବା ସହ ତାଙ୍କୁ ଜୀବନରୁ ମାରିଦେବାର ଭୟ ଦେଖାଇଥିଲେ ବିରୋଧୀ । ଜଙ୍ଗଲରେ ଲୁଚାଇ ରଖିବା ପରେ ତାଙ୍କୁ ଲଣ୍ଡା କରିଥିବା ଅଭିଯୋଗ ହୋଇଛି। ନିର୍ବାଚନ ଶେଷ ହେବା ପରେ ହଳଧର କୋପେଙ୍କୁ ଛାଡି଼ ଦିଆଯାଇଛି । ହଳଧର କୋପେ ଏନେଇ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି ।

ଏହା ବି ପଢନ୍ତୁ- ETV Bharat Impact: ଖବର ବାଜିଲା ପରେ ସ୍ବାସ୍ଥ୍ୟ ବିଭାଗର ଚେତା ଫେରିଲା, ଯଶୋଦାର ଚିକିତ୍ସା ଆରମ୍ଭ, ଗୁଣିଆ କବଳରୁ ଫେରିଲା ଜୀବନ !

ଏ ନେଇ ଅଭିଯୋଗକାରୀ କହିଛନ୍ତି, "୩୦ ତାରିଖ ଦିନ ଭୋର ସକାଳ ସାଢେ ୩ଟା ସମୟରେ ହଳଧର ନିଜ ଗ୍ରାମ ମାଥିଲି ବ୍ଲକର ଖଇରାପାଲ୍ଲୀ ଗ୍ରାମରୁ ମାଲକାନଗିରି ଆସୁଥିବା ବେଳେ ୨ ଜଣ ଆସି ମୋର ମୁହଁକୁ ଏକ କନା ସାହାଯ୍ୟରେ ଚାପି ଧରିଥିଲେ । ମୁଁ କିଛି ସମୟ ଭିତରେ ଅଚେତ ହୋଇଯାଇଥିଲି । ମୋତେ ଛାଡିଦିଅ ମୁଁ ଭୋଟ ଦେବି ବୋଲି ଯେତେ କାକୁତି ମିନତି ହେଲେ ମଧ୍ୟ ସେମାନେ ଜୀବନରୁ ମାରିଦେବେ ପଛେ ଛାଡିବେ ନାହିଁ ବୋଲି କହିଥିବା ଏତଲାରେ ଲେଖିଛନ୍ତି ହଳଧର ।"

ଭୋଟ ସରିବା ପରେ ତୋତେ ଛାଡିବୁ ବୋଲି କହିଥିଲେ । ତେବେ ନିର୍ବାଚନ ପୂର୍ବରୁ ତାଙ୍କୁ ବଳି ମାଝି, ଗୋପୀ ପାଙ୍ଗି ଏବଂ ଉଦୟ ମାଦ୍ରୀ ବାରମ୍ବାର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାକୁ ଧମକ ଦେଉଥିଲେ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ହଳଧରଙ୍କ ଏତଲାକୁ ଆଧାର କରି ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ କରାଯିବ ବୋଲି କହିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.