ମାଲକାନଗିରି:ବିଏସଏଫ ଯବାନଙ୍କ ଆତ୍ମହତ୍ୟା । ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ବିଏସ୍ଏଫ୍ ଯବାନ ଆତ୍ମହତ୍ୟା କରିଛନ୍ତି।
ଚିତ୍ରକୋଣ୍ଡା ଥାନା ନିକଟ ବିଏସ୍ଏଫ୍ କ୍ୟାମ୍ପରେ ଏପରି ଅଘଟଣ ଘଟିଛି। ଆତ୍ମହତ୍ୟା କରିଥିବା ଯବାନ ଜଣଙ୍କ ଶେଷକର୍ଣ୍ଣ ହୋଇଥିବାବେଳେ ତାଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡିଛି। ସେ ଚିତ୍ରକୋଣ୍ଡାର 9 ନମ୍ବର ବାଟାଲିଅନ୍ରେ କାର୍ଯ୍ୟରତ ଥିଲେ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ