ETV Bharat / state

ରକ୍ତଦାନ ବାର୍ତ୍ତା ନେଇ ରେଡକ୍ରସର ସଚେତନତା ରାଲି

ମାଲକାନଗିରି ଜିଲ୍ଲାର ଯୁବ ରେଡକ୍ରସ ସଂଘ ପକ୍ଷରୁ ରକ୍ତଦାନ ଏକ ମହତ ଦାନ ବାର୍ତ୍ତା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ସମସ୍ତ ମହାବିଦ୍ୟଳୟର ଛାତ୍ରଛାତ୍ରୀ, ସହରର ଅନେକ ସମାଜସେବୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ସ୍ଥାନୀୟ ବାସିନ୍ଦାଙ୍କୁ ଜିଲ୍ଲା ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରିବାକୁ ଅନୁରୋଧ ମଧ୍ୟ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Sep 27, 2019, 11:16 PM IST

ମାଲକାନଗିରି: ରକ୍ତ ଦାନ ମହତ ଦାନ । ଏହି ବାର୍ତ୍ତା ନେଇ ଜିଲ୍ଲା ଯୁବ ରେଡକ୍ରସ ସଂଘ ପକ୍ଷରୁ ମାଲକାନଗିରିରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଶୁକ୍ରବାର ଦିନ ସଚେତନତା ରାଲିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ମଡେଲ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଯୋଗଦେଇ ରାଲିର ଶୁଭାରମ୍ଭ କରିଥିଲେ । ଏହି ରାଲି ଯୁକ୍ତ2 ବିଜ୍ଞାନ ମହାବିଦ୍ୟଳୟରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। ଏଥିରେ ମାଲକାନଗିରି ଜିଲ୍ଲାର ସମସ୍ତ ମହାବିଦ୍ୟଳୟର ଛାତ୍ରଛାତ୍ରୀ, ସହରର ଅନେକ ସମାଜସେବୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

ଛାତ୍ରଛାତ୍ରୀ ମାନେ ନିଆରା ଢଙ୍ଗରେ ସହରର ସମସ୍ତ ବ୍ୟବସାୟ ଅନୁଷ୍ଠାନକୁ ଯିବା ସହ ପ୍ରତ୍ୟେକ ଛକରେ ଉପସ୍ଥିତ ଥିବା ପୁରୁଷ ଓ ମହିଳାଙ୍କୁ ରକ୍ତଦାନ ଏକ ମହତ ଦାନ ସମ୍ପର୍କରେ ବୁଝାଇଥିଲେ । ଏଥିସହ ଜିଲ୍ଲା ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲା ରେଡକ୍ରସର ଆବାହକ ରଞ୍ଜନ କୁମାର ସ୍ଵାଇଁ ପରିଚାଳନା କରିଥିଲେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ରକ୍ତ ଦାନ ଏକ ମହତ ଦାନ ଏହି ବାର୍ତ୍ତା ନେଇ ଜିଲ୍ଲା ରେଡକ୍ରସ ପକ୍ଷରୁ ମାଲକାନଗିରିରେ ଏକ ସଚେତନତା ରେଲ୍ଲି ଅନୁଷ୍ଟିତ ହୋଇଯାଇଛି । Body:ଆଜିର ଏହି ସଚେତନତା ରେଲ୍ଲି ରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ମଡେଲ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଯୋଗ ଦେଇ ସଚେତନତା ରେଲ୍ଲିର ଶୁଭାରମ୍ଭ କରିଥିଲେ । ଏହି ରେଲ୍ଲି ଯୁକ୍ତ2 ବିଜ୍ଞାନ ମହାବିଦ୍ୟଳୟରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। ଏଥିରେ ମାଲକାନଗିରି ଜିଲ୍ଲାର ସମସ୍ତ ମହାବିଦ୍ୟଳୟର ଛାତ୍ର ଛାତ୍ରୀ , ସହରର ଅନେକ ସମାଜ ସେବି ବୁଦ୍ଧିଜିବି ଯୋଗ ଦେଇଥିବା ବେଳେ ଛାତ୍ର ଛାତ୍ରୀ ମାନେ ନିଆରା ଢଙ୍ଗରେ ସହରର ସମସ୍ତ ବ୍ୟବସାୟ ଅନୁଷ୍ଟାନକୁ ଯିବା ସହ ପ୍ରତ୍ୟକ ଛୋକ ରେ ଉପସ୍ଥିତ ଥିବା ପୁରୁଷ ଓ ମହିଳାଙ୍କୁ ରକ୍ତ ଦାନ ଏକ ମହତ ଦାନ ସମ୍ପର୍କରେ ବୁଝାଇବା ସହ ଜିଲ୍ଲା ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରିବାକୁ ଅନୁରୋଧ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲା ରେଡକ୍ରସର ଆବାହକ ରଞ୍ଜନ କୁମାର ସ୍ଵାଇଁ ପରିଚାଳନା କରିଥିଲେ ।

Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.....
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.