ETV Bharat / state

EXCLUSIVE: ମଝିରାସ୍ତାରେ ମୃତଶିଶୁ ପାଇଁ ଚାଲିଛି ମନ୍ତ୍ରପାଠ

ରାସ୍ତା ମଝିରେ କଳାଯାଦୁ । 2 ବର୍ଷର ମୃତ ଶିଶୁକୁ ବଞ୍ଚାଇବାକୁ ଗୁଣିଆ ଫୁଙ୍କୁଛି ମନ୍ତ୍ର । ଏହି ଦୃଶ୍ୟ ଦେଖିବାକୁ ଜମିଛି ଦେଖଣାହାରୀଙ୍କ ଭିଡ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ମାଲକାନଗିରି
author img

By

Published : Aug 14, 2019, 7:49 PM IST

Updated : Aug 14, 2019, 8:19 PM IST

ମାଲକାନଗିରି: ପୁଣି ମାଲକାନଗିରରେ ଦେଖିବାକୁ ମିଳିଛି ଅନ୍ଧ ବିଶ୍ଵାସର ବାସ୍ତବ ଝଲକ । ରାସ୍ତା ମଝିରେ ମୃତଶିଶୁକୁ ଶୁଆଇ ଚାଲିଛି ମନ୍ତ୍ର ପାଠ । ବଡ କଥା ଯେ, ପାଖରେ ଡାକ୍ତର ମଧ୍ୟ ଅଛନ୍ତି । ହେଲେ ପୁଅ ମରିନି ବୋଲି ମାନିବାକୁ ନାରାଜ ପରିବାର ଲୋକ । ଏହି ଦୃଶ୍ୟକୁ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ ଜମିଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ମାଲକାନଗିରି

ଜିଲ୍ଲା ସଦର ମହକୁମା ବାଲିମେଳା ଛକରେ ରହୁଥିବା ଶଙ୍କର ଓ ରିନା ବିଶ୍ବାସଙ୍କ ଏକ ମାତ୍ର ପୁଅ(2 ବର୍ଷ) ସମରଦୀପ । ଆଜି(ବୁଧବାର) ସକାଳୁ ଏମଭି 10 ଗ୍ରାମରେ ଥିବା ଏକ ପୋଖରୀରେ ବୁଡି ସେ ପ୍ରାଣ ହରାଇଥିଲେ ।

ଏହା ପରେ ପରିବାର ଲୋକେ ତାଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟକୁ ନେଇ ଥିବାବେଳେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ । ହେଲେ ପରିବାର ଲୋକଙ୍କ ମନ ନ ମାନିବାରୁ ଗୁଣିଆ ଡାକି ସହର ମଝିରେ ମୃତ ଛୁଆକୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Aug 14, 2019, 8:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.