ହାଇଦ୍ରାବାଦ: ଚାଇନିଜ କମ୍ପାନୀ ଭିଭୋ ଚୀନରେ Vivo S20 ମଡେଲକୁ ଗତବର୍ଷ ନଭେମ୍ବରରେ ଲଞ୍ଚ କରିଥିଲା । ଏହାକୁ କମ୍ପାନୀ ରିବ୍ରାଣ୍ଡିଂ କରି Vivo V50 ନାଁରେ ଭାରତରେ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି । ଫେବୃଆରୀରେ କମ୍ପାନୀ Vivo V50 ସିରିଜକୁ ଲଞ୍ଚ କରିବ ବୋଲି ଜଣାପଡ଼ିଛି । ଏହି ସିରିଜରେ ଦୁଇଟି ଫୋନ ରହିଛି । ଗତବର୍ଷ ଅଗଷ୍ଟରେ ଭାରତରେ ଲଞ୍ଚ ହୋଇଥିବା Vivo V40 ସିରିଜର ସଫଳତା ଭାବରେ ଏହାକୁ ଲଞ୍ଚ କରାଯିବ । ଏହି ଫୋନର ଦାମ କେତେ ରହିପାରେ ଓ କଣ କଣ ଅତ୍ୟାଧୁନିକ ନୂଆ ଫିଚର ମିଳିବା ଜାଣିବା ।
Vivo V50 ସିରିଜ: ଲଞ୍ଚ ଟାଇମଲାଇନ
କିଛି ରିପୋର୍ଟ ଅନୁସାରେ, ଭିଭୋ ଭି50 ସିରିଜ ଫେବୃଆରୀ ତୃତୀୟ ସପ୍ତାହରେ ଲଞ୍ଚ କରାଯାଇପାରେ । ହୁଏତ ଏହାକୁ ଫେବୃଆରୀ 18ରେ ଲଞ୍ଚ କରାଯିବ ବୋଲି ମଧ୍ୟ କିଛି ଗଣମାଧ୍ୟମ ସଂସ୍ଥାର ରିପୋର୍ଟରେ ପ୍ରକାଶ ପାଇଛି । ଏହାସହିତ ଖୁବଶୀଘ୍ର କମ୍ପାନୀ Vivo V50ର ଟିଜର ମଧ୍ୟ ଜାରି କରିପାରେ । Vivo V40 ସିରିଜରେ କମ୍ପାନୀ ଦୁଇଟି ସ୍ମାର୍ଟଫୋନ Vivo V40 ଓ V40 Proକୁ ଲଞ୍ଚ କରିଥିଲା । କିନ୍ତୁ Vivo V50 ସିରିଜରେ କମ୍ପାନୀ ପ୍ରୋ ମଡେଲକୁ ପରେ ଲଞ୍ଚ କରିପାରେ ।
Vivo V50: ସ୍ପେଶିଫିକେସନ
- ଡିସପ୍ଲେ: ଭିଭୋ ଭି50 ସ୍ମାର୍ଟଫୋନଟି 120Hz ରିଫ୍ରେସ ରେଟ୍ ସହିତ 6.67 ଇଞ୍ଚ FHD+ AMOLED ଡିସପ୍ଲେ ସହ ଆସିପାରେ ।
- ଚିପସେଟ୍: ଏଥିରେ ଭିଭୋ ଭି40 ପରି କ୍ବାଲକମ୍ର ସ୍ନାପଡ୍ରାଗନ 7 ଜେନ 3 ଚିପସେଟ୍ ସହ ଆସିପାରେ ।
- RAM ଓ ଷ୍ଟୋରେଜ: ସ୍ମାର୍ଟଫୋନଟି ନୂଆ 12GB + 512GB ଅପସନ ସହ 3ଟି ଭାରିଏଣ୍ଟରେ ଉପଲବ୍ଧ ହୋଇପାରେ ।
- ବ୍ୟାଟେରୀ ଓ ଫାଷ୍ଟ ଚାର୍ଜିଂ: ଭିଭୋ ଭି50 ସ୍ମାର୍ଟଫୋନ 90W ଫାଷ୍ଟ ଚାର୍ଜିଂ ସପୋର୍ଟ ଥିବା 5,870mAh କିମ୍ବା 6,000mAh ବ୍ୟାଟେରୀ ସହ ଆସିପାରେ ।
- କ୍ୟାମେରା: ଏଥିରେ 50MP ପ୍ରାଇମେରି କ୍ୟାମେରା, 50MP ସେକେଣ୍ଡାରୀ ଲେନ୍ସ ଓ 50MP ଫ୍ରଣ୍ଟ କ୍ୟାମେରା ମିଳିପାରେ ।
- କଲର ଅପସନ: ଯଦି ଫୋନର କଲର ଅପସନ ସମ୍ପର୍କରେ କହିବା ଏହା Red, Rose, Grey ଓ Blue ରଙ୍ଗରେ ଆସିପାରେ । NCC ଲିଷ୍ଟିଂ ଅନୁସାରେ ଏହା Grey, Deep Blue ଓ Shimmery White ରଙ୍ଗ ଅପସନ ମିଳିବ ।
ଦାମ କେତେ ହୋଇପାରେ ?
ଚୀନରେ Vivo S20 ସ୍ମାର୍ଟଫୋନ CNY 2299 (ପାଖାପାଖି 27,000 ଟଙ୍କା)ରେ ଲଞ୍ଚ ହୋଇଛି । ତେବେ ଏହାକୁ ଯଦି ଦେଖିବା Vivo V50 ଭାରତରେ 30,000 ଟଙ୍କାରେ ଲଞ୍ଚ ହୋଇପାରେ ।