ETV Bharat / state

ଆୟଠାରୁ ବଢ଼ିଲା ବିଏମସିର ବ୍ୟୟ, ୱାର୍ଲଡ ବ୍ୟାଙ୍କରୁ ଋଣ ଆଣି ସୁଝିବ ବିଏମସି - BMC BUDGET MEETING

ବିଏମସିର ସ୍ୱତନ୍ତ୍ର ଚିଠା ବଜେଟ୍ ଅଧିବେଶନ । ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ନିଆଯାଇଛି ବିଭିନ୍ନ ନିଷ୍ପତ୍ତି ।

BMC BUDGET MEETING
BMC BUDGET MEETING (ETV Bharat Odisha)
author img

By ETV Bharat Odisha Team

Published : Jan 29, 2025, 2:30 PM IST

ଭୁବନେଶ୍ବର: ଆୟଠାରୁ ବଢ଼ିଲା ବିଏମସିର ବ୍ୟୟ । ୱାର୍ଲଡ ବ୍ୟାଙ୍କରୁ ଋଣ ଆଣି ଖର୍ଚ୍ଚ କରିବ ବିଏମସି । ଆର୍ଥିକ ବଜେଟ ଉପସ୍ଥାପନାବେଳେ ଏଭଳି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ବିଏମସିର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଆଜି (ମଙ୍ଗଳବାର) ବିଏମସି ମେୟର ସୁଲୋନଚା ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ସ୍ୱତନ୍ତ୍ର ଚିଠା ବଜେଟ୍ ଅଧିବେଶନରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ବା କର୍ପୋରେଟର ଅମରେଶ ଜେନା । ଏହି ଟଙ୍କାରେ ଆର୍ଥିକ ସ୍ଥିତିକୁ କେବଳ ସୁଧୁରା ଯିବନି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।

BMC BUDGET MEETING (ETV Bharat Odisha)

'ଟିକସ ଖିଲାପକାରୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ହେବ ':

ଅମରେଶ ଜେନା କହିଛନ୍ତି,"ଏଥର ଆର୍ଥିକ ବଜେଟରେ ବଡ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର କରାଯିବ ହାତର ନବୀକରଣ ବି କରାଯିବ । ଚନ୍ଦ୍ରଶେଖରପୁରରେ ଏକ ହଜାର ଲୋକଙ୍କ ପାଇଁ ଏକ ବଡ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ସହ ଶହୀଦ ନଗରରେ ଅଢ଼େଇ ଏକର ଜାଗାରେ କମ୍ୟୁନିଟି ସେଣ୍ଟର ହେବ । ରବି ଟକିଜ ହାଟ ଓ ବରଗଡ଼ର ନବୀକରଣ ହେବ । ତେଣୁ ଆର୍ଥିକ ସ୍ଥିତିକୁ ସୁଧୁରାଯିବା ବିସ୍ତୃତ ଆଲୋଚନା ହୋଇଥିବାବେଳେ ବିଶ୍ଵ ବ୍ୟାଙ୍କରୁ ବିଏମସି ଟଙ୍କ ଆଣି ଏହିସବୁ ଉନ୍ନୟନମୂଳକ କାର୍ଯ୍ୟରେ ଲଗାଯିବ । ଏହାସହ କିପରି ବିଏମସିର ଆୟ ବଢିବ ଏନେଇ ଟିକସ ଖିଲାପକାରୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ହେବ । ବିଶେଷ କରି ଟିକସ ଆଦାୟ କରିବେ ଟିଜି ବା ତୃତୀୟ ଲିଙ୍ଗୀ । ତେବେ ଏଥର ଆୟ ୮ କୋଟିରୁ ଉର୍ଦ୍ଦ୍ବର ରହିଥିବାବେଳେ ଆଗକୁ ଆହୁରି ଅନେକ ଉନ୍ନୟନମୂଳକ କାର୍ଯ୍ୟ ସହ ଏହା ଏକ ହଜାର କୋଟି ଟଙ୍କାକୁ ବୃଦ୍ଧି ହୋଇପାରେ ।"

ୱାର୍ଲଡ ବ୍ୟାଙ୍କରୁ ଋଣ ଆଣିବ ବିଏମସି:

ଅମରେଶ ଆହୁରି ମଧ୍ୟ କହିଛନ୍ତି," ଗତ ଦିନରେ କଚାପକ୍କା ରାସ୍ତା ମୁକ୍ତ ଯୋଜନା ଭଳି ଅନେକ ଯୋଜନାରେ ବିଏମସିର ଯେଉଁ କାର୍ଯ୍ୟ ହୋଇଛି । ସେଥିରେ ପାଖାପାଖି ୭ ଶହ କୋଟି ଟଙ୍କା କଣ୍ଟ୍ରାକ୍ଟରଙ୍କୁ ଦେବାର ଅଛି । ସେଥିପାଇଁ ଋଣ କରିବାକୁ ପଡୁଛି । କାରଣ ନୂଆ ସରକାର ଏହି ସବୁ ଯୋଜନାକୁ ବନ୍ଦ କରିବା ପରେ ଏଭଳି ଯୋଜନା ବାବଦରେ ସରକାର ବିଏମସିକୁ କୌଣସି ଅର୍ଥରାଶି ଦେଇନାହାନ୍ତି । ତେଣୁ ଏବାବଦରେ ଯେଉଁ ଅର୍ଥ ଖର୍ଚ୍ଚ ହୋଇଛି । ତାହାକୁ ଋଣ କରି ହିଁ ଭରଣା କରାଯିବ । ଆଗକୁ ଆୟ ଅନୁସାରେ ବ୍ୟୟ କରାଯିବ ବୋଲି ଆଜିର ବୈଠକରେ ଆଲୋଚନା ହୋଇଛି । ବିଶେଷ କରି ଏହି ବୈଠକରେ ବିଏମସି ନିଜର ଆୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି । ବିଏମସିର ସ୍ଥାୟୀ ଆୟ ପାଇଁ ଋଣ କରି ସହିଦନଗରଠାରେ ଏକ ଅଡିଟୋରିୟମ, ସହରର ବିଭିନ୍ନ ସ୍ଥାନରେ 3ଟି ହାଟରେ ସ୍ଥାୟୀ ଘର ନିର୍ମାଣ କରି ସ୍ଥାନୀୟ ବ୍ୟବସ୍ୟାୟୀଙ୍କୁ ଆବଣ୍ଟିତ କରାଯିବ ପାଇଁ ମଧ୍ୟ ଯୋଜନା ରହିଛି । ଏହାଦ୍ୱାରା ବିଏମସିର ଆୟ ବୃଦ୍ଧି ହେବା ସହ ଆଦାୟ ଅର୍ଥ ଋଣ ସୁଝିବାରେ ସହାୟକ ହେବ । ପ୍ରସ୍ତାବିତ ଚିଠା ବଜେଟକୁ ଭଲଭାବେ ତର୍ଜମା କରି ୧୫ ଦିନ ମଧ୍ୟରେ କର୍ପୋରେଟରମାନେ ମତାମତ ଦେବାକୁ ଥିବାବେଳେ ଆସନ୍ତା ଫେବୃଆରୀ ମାସରେ ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ ବସିବ ।

ଭୁବନେଶ୍ୱର ମହାନଗର ନିଗମ ଚିଠା ବଜେଟ୍:

ଏଠାରେ ସୂଚନା ଥାଉକି 2025-26 ଆର୍ଥିକ ବର୍ଷ ପାଇଁ ଚିଠା ବଜେଟ୍ ଉପସ୍ଥାପନା କରିଛି ଭୁବନେଶ୍ୱର ମହାନଗର ନିଗମ । ଏହି ଚିଠା ବଜେଟରେ ବିଭିନ୍ନ ସୂତ୍ରରୁ ମୋଟ ଆୟ 811.65 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ 784.92 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ଚଳିତ ବର୍ଷ ୨୭ କୋଟି ଟଙ୍କାର ବଳକା ଚିଠା ବଜେଟ୍ ଉପସ୍ଥାପନ କରିଛନ୍ତି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାଜକିଶୋର ଦାସ । ଆଜି ବିଏମସି କର୍ପୋରେସନ ବୈଠକରେ 2025-26 ଆର୍ଥିକ ବର୍ଷ ପାଇଁ ଚିଠା ବଜେଟ୍ ଉପସ୍ଥାପନ ହୋଇଯାଇଛି । 2024-25 ଆର୍ଥିକ ବର୍ଷ ଅପେକ୍ଷା ଚଳିତ ବର୍ଷ ଉଭୟ ଆୟ କମ ରହିଥିବାରୁ ବ୍ୟୟ ମଧ୍ୟ ହ୍ରାସ କରାଯାଇଛି । 2024-25 ଆର୍ଥିକ ବର୍ଷରେ ମୋଟ ଆୟ ଅଟକଳ 1027କୋଟି କରାଯାଇଥିବା ବେଳେ ବ୍ୟୟ 881 ଟଙ୍କା ହୋଇଥିଲା । 2024-25 ଆର୍ଥିକ ବର୍ଷରେ ବଳକା 147 କୋଟି ଟଙ୍କା ରହିଥିବାବେଳେ ଚଳିତ ବର୍ଷ 27 କୋଟିର ବଳକା ଚିଠା ବଜେଟ୍ ଉପସ୍ଥାପନ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଉତ୍କର୍ଷ ଓଡିଶା ସମ୍ମିଳନୀ: ପ୍ରଥମ ଦିନରେ 54ଟି ଚୁକ୍ତିନାମା, ଆସିଲା ସାଢେ 4ଲକ୍ଷ କୋଟିର ନିବେଶ - UTKARSH ODISHA CONCLAVE 2025

ଏହା ମଧ୍ୟ ପଢନ୍ତୁ...ସୁଭଦ୍ରାକୁ ନେଇ ବଡ ଅପଡେଟ୍‌: ଆବେଦନ କରି ମଧ୍ୟ ଟଙ୍କା ଆସିନଥିଲେ ବ୍ୟାଙ୍କ ଯିବାକୁ ଉପ-ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ - SUBHADRA YOJANA

ଏହା ମଧ୍ୟ ପଢନ୍ତୁ...ଯୁବ ଉଦ୍ୟୋଗୀଙ୍କ ପାଇଁ ଖୁସି ଖବର, ଉଦଘାଟନ ହେଲା ସଫ୍ଟଓୟାର ଟେକ୍ନୋଲୋଜି ପାର୍କ - STPI INAUGURATED IN JAJPUR

ତେବେ ସରକାରୀ ଅନୁଦାନରୁ ସର୍ବାଧିକ 247.87 କୋଟି ଟଙ୍କା ମିଳିବାର ଆକଳନ କରାଯାଇଥିବା ବେଳେ ରାଜସ୍ୱ ଅନୁଦାନ ଏବଂ ସବସିଡିରୁ 201 କୋଟି ଟଙ୍କା ମିଳିବାର ଆକଳନ କରାଯାଇଛି । ସେହିପରି ଜମି ଓ ସ୍ଥାବର ସଂପତ୍ତି କ୍ରୟ ପାଇଁ ସର୍ବାଧିକ 305 କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ରକ୍ଷଣାବେକ୍ଷଣ ଓ ପରିଚାଳନା ବାବଦରେ 274 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ବିଏମସି ମେୟର ସୁଲୋନଚା ଦାସଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିଲା ସ୍ୱତନ୍ତ୍ର ଚିଠା ବଜେଟ୍ ଅଧିବେଶନ । ଏହି ଅଧିବେଶନରେ ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ,ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାଜ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.