ETV Bharat / state

କେସିସି ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ ପ୍ରାର୍ଥୀଙ୍କୁ ଅପହରଣ ଘଟଣା, କାର୍ଯ୍ଯାନୁଷ୍ଠାନ ଦାବି କଲା BJP

author img

By

Published : Nov 7, 2022, 3:37 PM IST

କେସିସି ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ ପ୍ରାର୍ଥୀଙ୍କୁ ଅପହରଣ ଘଟଣାକୁ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରିଛି । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ଅଧିକ ପଢନ୍ତୁ

କେସିସି ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ ପ୍ରାର୍ଥୀଙ୍କୁ ଅପହରଣ ଘଟଣା

ମାଲକାନଗିରି: କେସିସି ବ୍ୟାଙ୍କର ନିର୍ଦ୍ଦେଶକ ନିର୍ବାଚନ (Kangra Central Cooperative Director Election) ପୂର୍ବରୁ ପ୍ରାର୍ଥୀକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଅପହରଣ ଘଟଣାର ତଦନ୍ତରେ ଶିଥିଳତା ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରିଛି । ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।

କୋରାପୁଟ ସମବାୟ ବ୍ୟାଙ୍କ ମାଲକାନଗିରି ଜିଲ୍ଲା ୮ନମ୍ବର ଜୋନର ନିର୍ଦ୍ଦେଶକ ପଦବୀ ପାଇଁ ବିଜେପି ସମର୍ଥିତ ପ୍ରାର୍ଥୀ ହଳଧର କପେଙ୍କୁ ନିର୍ବାଚନ ପୂର୍ବରୁ ଅପହରଣ ଓ ଆକ୍ରମଣ ଘଟଣାରେ ପୋଲିସର ତଦନ୍ତରେ ଶିଥିଳତାକୁ ନେଇ ଆଜି ବିଜେପି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଜିଲ୍ଲା ବିଜେପି କର୍ଯ୍ୟାଳୟଠାରେ ବିଜେପି ଜିଲ୍ଲା ସଭାପତି ନିମାଇଁଚନ୍ଦ୍ର ପାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରାର୍ଥୀ ହଳଧର କପେଙ୍କୁ ଅପହରଣ ଓ ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଛି । ଏତଲା ଦେବାର ଦୀର୍ଘ ୬ ଦିନ ବିତିଯାଇଥିଲେ ମଧ୍ୟ ଅପରାଧୀଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହୋଇଛି । ଏହା ଏକ ରାଜନୈତିକ ହିଂସାକାଣ୍ଡ ।

ଅପରାଧୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବିଜେପି ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମଲ ସୋନାନୀ, ମାଣିକ ଲାଲ ଚକ୍ରବର୍ତ୍ତି, ସଞ୍ଜୟ ସରକାର, ବାଲଜି ପଡେଲ, ଜଳନ୍ଧର ନାୟକ, ହଳଧର କପେ, ସନ୍ତୋଷିନୀ ପାତ୍ର, ବାଣୀ କର୍ତୁଲ, ଦ୍ରୋପଦୀ ପଟ୍ଟନାୟକ ପ୍ରମୁଖ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, ଗତ ୩୦ତାରିଖ ଭୋର୍‌ ସମୟରେ ମାଥିଲି ବ୍ଲକ ନାୟକଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଖଇରାପାଲ୍ଲୀ ଗାଁରୁ ମତଦାନ ପାଇଁ ବିଜେପି ସମର୍ଥିତ ପ୍ରାର୍ଥୀ ହଳଧର କପେ ବାଇକ୍‌ ଯୋଗେ ବାହାରିଥିଲେ। ମାଲକାନଗିରି ଯିବା ରାସ୍ତାରେ ହଠାତ୍ ଗୋଟିଏ ପୋଲ ନିକଟରୁ ବାଇକ୍‌ରେ ଦୁଇ ଜଣ ଅଜଣା ଯୁବକ ତାଙ୍କୁ ପିଛା କରିଥିଲେ । କିଛି ଦୂର ଅତିକ୍ରମ କରିବା ପରେ ଆଉ ଗୋଟିଏ ବାଇକ୍‌ରେ ଦୁଇ ଜଣ ଯୁବକ ସେମାନଙ୍କ ସହ ସାମିଲ୍‌ ହୋଇଥିଲେ ।

ନିଛାଟିଆ ସ୍ଥାନରେ ଆଉ ଗୋଟିଏ ବାଇକ୍‌ରେ ଦୁଇ ଜଣ ଯୁବକ ପହଞ୍ଚିବା ପରେ ୬ଜଣ ଯୁବକ ମୁହଁରେ ମୁଖା ପିନ୍ଧି ତାଙ୍କୁ ଚାରିପଟୁ ଘେରି ଯାଇଥିଲେ । ପ୍ରାର୍ଥୀଙ୍କୁ ଜଙ୍ଗଲରେ ରଖିବା ସହ ତାଙ୍କ କେଶ କାଟି ଲଣ୍ଡା କରିବା ସହ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା । ତେବେ ଏ ନେଇ ଥାନାରେ ଖୋଦ ପ୍ରାର୍ଥୀ ଏତଲା ଦେଇଥିଲେ । ଘଟଣାକୁ 6 ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ଏହା ବି ପଢନ୍ତୁ: KCC Bank Director Election: ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ, ଜଙ୍ଗଲରେ ଲଣ୍ଡା କରି ଦେଲେ ନିର୍ଯାତନା

କେସିସି ବ୍ୟାଙ୍କର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ୮ନମ୍ବର ଜୋନ୍‌ ପାଇଁ ଗତ ୩୦ତାରିଖ ଦିନ ନିର୍ବାଚନ ହୋଇଥିଲା । ୮ନମ୍ବର ଜୋନ୍‌ ନିର୍ଦ୍ଦେଶକ ପଦବୀ ନିମନ୍ତେ ବିଜେଡି ସମର୍ଥିତ ଗୋପୀ ପାଙ୍ଗି ଏବଂ ବିଜେପି ସମର୍ଥିତ ହଳଧର କୋପେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପ୍ରାର୍ଥୀ ହଳଧର କୋପେଙ୍କୁ ଅପହରଣ କରି ନିଆଯାଇଥିବାରୁ ସେ ଭୋଟ୍‌ ଦେଇ ପାରିନଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.