ETV Bharat / state

ବିଜେଡି ସରକାର ସପକ୍ଷରେ ବିଜେପି ବିଧାୟକ ! - ମୋଟୁ ଅଞ୍ଚଳରେ ଖଣିଖନନ

ବିଜେଡି-ବିଜେପି ସମ୍ପର୍କକୁ ନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଚର୍ଚ୍ଚା ଚାଲିଥିବାବେଳେ ମାଲକାନଗିରିରେ ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ମୋଟୁ ଅଞ୍ଚଳରେ ଖଣିଖନନ ଓ ଏଠାକାର ବିକାଶକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ କିଛି ଦିନ ତଳେ ଟାର୍ଗେଟ କରିଥିବାବେଳେ ଏହାର ଜବାବ ଦେଇଛନ୍ତି ବିଜେପି ବିଧାୟକ । ଯାହା ବିଜେଡି-ବିଜେପି ସମ୍ପର୍କକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା ଚାଲିଛି ।

ଡିଜାଇନ ଫଟୋ
author img

By

Published : Sep 8, 2019, 9:41 PM IST

ମାଲକାନଗିରି: ବିଜେଡି-ବିଜେପି ସମ୍ପର୍କକୁ ନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଚର୍ଚ୍ଚା ଚାଲିଥିବାବେଳେ ମାଲକାନଗିରିରେ ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ମୋଟୁ ଅଞ୍ଚଳରେ ଖଣିଖନନ ଓ ଏଠାକାର ବିକାଶକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ କିଛି ଦିନ ତଳେ ଟାର୍ଗେଟ କରିଥିବାବେଳେ ଏହାର ଜବାବ ଦେଇଛନ୍ତି ବିଜେପି ବିଧାୟକ । ଯାହା ବିଜେଡି-ବିଜେପି ସମ୍ପର୍କକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା ଚାଲିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଘଟଣା ଅନୁଯାୟୀ, ମୋଟୁ ତହସିଲ ପେଟା ଗ୍ରାମ ନିକଟରେ ଥିବା ପାହାଡରୁ ଆନ୍ଧ୍ର ପ୍ରଦେଶର ଜିଭି ଗ୍ରେନାଇଟ ନାମକ ଏକ ଘରୋଇ କମ୍ପାନି ପଥର ଖନନ କରୁଛି । ପଥର ଖୋଳି କୋଟି କୋଟି ଟଙ୍କା ଲାଭ କରୁଥିବାବେଳେ ଏ ଅଞ୍ଚଳର ବିକାଶ ଦିଗରେ କିଛି କରୁନି ବୋଲି ଦର୍ଶାଇ କିଛି ଦିନ ତଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।

ହେଲେ ଏହାକୁ ବିରୋଧ କରି ମାଲକାନଗିରି ବିଜେପି ବିଧାୟକ ଆଦିତ୍ୟ ମାଢି କହିଛନ୍ତି, ଖଣି ଯୋଗୁଁ ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ଲୋକଙ୍କ ବିକାଶ ହୋଇଛି । ପଥର ଖଣିରେ ଶ୍ରମିକମାନେ କାମ ପାଇଥିବାବେଳେ ଏହି କମ୍ପାନୀରେ ଆଗାମୀ ଦିନରେ ଜିଲ୍ଲାର ଆଦିବାସୀ ଯୁବକ ଯୁବତୀ ମାନେ ନିଯୁକ୍ତି ମଧ୍ୟ ପାଇବେ । ହେଲେ କଂଗ୍ରେସ କେବଳ ରାଜନୀତି କରିବା ଲାଗି ପୂର୍ବରୁ ଏପରି ଅଭିଯୋଗ କରିଥିବା କହିଛନ୍ତି ମାଲକାନଗିରି ବିଧାୟକ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ପେଟା ଗ୍ରାମ ନିକଟରେ ଥିବା ପାହାଡ଼ରୁ ଆନ୍ଦ୍ର ପ୍ରଦେଶର ଜିଭି ଗ୍ରେନାଇଟ ନାମକ ଏକ ଘରେଇ କମ୍ପାନି ପଥର ଖନନ କରି ଏହାକୁ ବିଦେଶରେ ରପ୍ତାନି କରୁଛି ।

Body:ଗ୍ରେନାଇଟ ପଥର ବିକ୍ରି କରି କମ୍ପାନି କୋଟି କୋଟି ଟଙ୍କା ଲାଭ କରୁଥିବା ବେଳେ ମୋଟୁ ଅଞ୍ଚଳର କୌଣସି ଗାଁର ବିକାଶ ହୋଇନଥିବା ଅଭିଯୋଗ କରି କିଛି ଦିନ ତଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ପିସିସି କାର୍ଯ୍ୟକାରି ସଭାପତି ପ୍ରଦୀପ ମାଝି । ହେଲେ ଆଜି କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ବିରୋଧ କରି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି କହିଛନ୍ତି ଯେ ଖଣି ଯୋଙ୍ଗୁ ମାଲକାନଗିରି ଜିଲ୍ଳାର ଅନେକ ଆଦିବାସୀ ଲୋକଙ୍କ ବିକାଶ ହୋଇଛି । ପଥର ଖଣିରେ ଶ୍ରମିକ ମାନେ କାମ ପାଇଥିବା ବେଳେ ଏହି କୋମ୍ପାନୀରେ ଆଗାମୀ ଦିନ ରେ ଜିଲ୍ଲାର ଆଦିବାସୀ ଯୁବକ ଯୁବତୀ ମାନେ ନିଯୁକ୍ତି ମଧ୍ୟ ପାଇବେ । ହେଲେ କଂଗ୍ରେସ କେବଳ ରାଜନିତୀ କରିବା ଲାଗି ପୂର୍ବରୁ ଏପରି ଅଭିଯୋଗ କରିଥିବା କହିଛନ୍ତି ମାଲକାନଗିରି ବିଧାୟକ ।

Conclusion:ବାଇଟ- ଆଦିତ୍ୟ ମାଢି, ବିଧାୟକ ମାଲକାନଗିରି

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.