ମାଲକାନଗିରି: ଖଇରପୁଟ ବ୍ଲକରେ ଦୋକାନ ବଜାର ବନ୍ଦ । ବିଡିଓଙ୍କ ବଦଳି ଦାବିରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକରେ ଗୁରୁବାର ଦୋକାନ ବଜାର ବନ୍ଦ ।
ଖଇରପୁଟର ବିଡିଓ ବିଶ୍ବଜିତ ବରମନ ସମିତି ସଭ୍ୟ ଓ ସରପଞ୍ଚମାନଙ୍କ କୌଣସି କଥା ଶୁଣୁନଥିବା ଅଭିଯୋଗରେ ଗତ ବୁଧବାର ଖଇରପୁଟ ପଞ୍ଚାୟତ ସମିତିର ଶତାଧିକ ଲୋକେ ଧାରଣା ଦେବା ସହ ସ୍ଥାନୀୟ ପ୍ରତିନିଧି ଶହଶହ ବଣ୍ଡା ଆଦିବାସୀଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରି ବ୍ଲକ କାର୍ଯ୍ୟାଳୟ ବନ୍ଦ କରିଥିଲେ ।
ଏଥିସହ ରାତି ତମାମ ଶହ ଶହ ଲୋକେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିଲେ । ମାତ୍ର ପ୍ରଶାସନ ଲୋକଙ୍କ ସମସ୍ୟା ନ ଶୁଣିବାରୁ ବାଧ୍ୟ ହୋଇ ଗୁରୁବାର ଖଇରପୁଟର ଜନ ସାଧାରଣ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ