ETV Bharat / state

ଗୀତ ଗାଇ ଏସଏଚଜି ମହିଳାଙ୍କୁ ସଚେତନ କରାଉଛନ୍ତି ବ୍ୟାଙ୍କ ମିତ୍ର - କୋରୋନା ସଚେତନ

ଗୀତ ଗାଇ ଏସଏଚଜି ମହିଳାଙ୍କୁ କୋରୋନା ସଚେତନ କରାଉଛନ୍ତି ବ୍ୟାଙ୍କ ମିତ୍ର । ଏମ୍ ଭି ୭୯ ଗ୍ରାମ୍ୟ ବ୍ୟାଙ୍କରେ, ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟରତ ସୁପ୍ରିୟା ଜେନା ନିଜର ସୁମଧୁର କଣ୍ଠରେ ମହିଳାଙ୍କ ପାଇଁ ନିଜେ ରଚନା କରିଥିବା ଗୀତ ଗାଇ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

bank mitra, awareness to SHG women by singing a song
ଗୀତ ଗାଇ ଏସଏଚଜି ମହିଳାଙ୍କୁ ସଚେତନ କରାଉଛନ୍ତି ବ୍ୟାଙ୍କ ମିତ୍ର
author img

By

Published : Sep 20, 2020, 12:01 PM IST

ମାଲକାନଗିରି: ଗୀତ ଗାଇ ଏସଏଚଜି ମହିଳାଙ୍କୁ କୋରୋନା ସଚେତନ କରାଉଛନ୍ତି ବ୍ୟାଙ୍କ ମିତ୍ର । ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଲୋକଙ୍କ ପାଖରେ ଏହାର ସଠିକ ରୂପରେଖ ପହଞ୍ଚାଇବା ପାଇଁ ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ଢଙ୍ଗରେ ସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଥାଏ। ତେବେ ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଳକ ଓଡିଶା ଜିବିକା ମିଶନ ଆନୁକୂଲ୍ୟରେ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ କରାଯାଇଥିବା ପୋଷଣ ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏକ ଅଭିନବ ଉପାୟରେ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି ।

ଗୀତ ଗାଇ ଏସଏଚଜି ମହିଳାଙ୍କୁ ସଚେତନ କରାଉଛନ୍ତି ବ୍ୟାଙ୍କ ମିତ୍ର

ଏହି ବ୍ଲକର ଏମ୍ ଭି ୭୯ ଗ୍ରାମ୍ୟ ବ୍ୟାଙ୍କରେ, ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟରତ ସୁପ୍ରିୟା ଜେନା ନିଜର ସୁମଧୁର କଣ୍ଠରେ ମହିଳାଙ୍କ ପାଇଁ ନିଜେ ରଚନା କରିଥିବା ଗୀତ ଗାଇ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ସେ ପିଲାଙ୍କ ପୋଷଣ ଓ ମହିଳାଙ୍କ ଆତ୍ମନିର୍ଭରଶୀଳତା ଉପରେ ଗୀତ ଗାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୁପ୍ରିୟାଙ୍କ ଏଭଳି କାମ ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ କାଲିମେଳା ବିଡିଓ ଉମାଶଙ୍କର ଦଲେଇ, ଓଡିଶା ଜିବିକା ମିଶନର ବ୍ଲକ ସଂଯୋଜକ ରୋଜାଲିନ ଦାସ ପ୍ରମୁଖ ପ୍ରଶଂସା କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.