ETV Bharat / state

ଇଚ୍ଛା ଶକ୍ତି ଦେଖାଇଲା ନୂଆବାଟ: ପୁଅ ସହ ଦଶମ ପାସ କଲେ ଅଙ୍ଗନବାଡି କର୍ମୀ

ମାଲକାନଗିରି ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମ ତାର୍ଲାକୋଟା । ଏହି ଗାଁର ସି କଲୋନୀରେ ନିଜ ପରିବାର ସହ ରୁହନ୍ତି ବାସନ୍ତୀ ମୁଦୁଲି । ପାଠପଢା ଇଚ୍ଛାକୁ ସେ ପ୍ରାଥମିକ ସ୍ତରରେ ପୁରା କରିଛନ୍ତି । ବଡପୁଅ ଶିବାନନ୍ଦ ବଡ ନାୟକଙ୍କ ସହ ଦଶମ ପରୀକ୍ଷା ଦେଇ ବାସନ୍ତୀ କୁଡୁମୁଲ୍ଲୁଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।

author img

By

Published : May 28, 2019, 8:35 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ପଛୁଆ ଓ ଆଦିବାସୀ ବହୁଳ ଅଞ୍ଚଳରେ ଶିକ୍ଷାର ସ୍ତର ସଦାସର୍ବଦା ନିମ୍ନଗାମୀ ଥିବାବେଳେ ଏଠାକାର ଆଦିବାସୀ ଯୁବତୀଙ୍କ ଶିକ୍ଷା ବିଷୟରେ ନ କହିବା ଭଲ । ଏଠାରେ ପ୍ରାୟ ଆଦିବାସୀ ଯୁବତୀ ଅଳ୍ପ ଶିକ୍ଷିତ ହୋଇଥିବାବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଯିବା ପରେ ଶିକ୍ଷା ସତେ ଯେମିତି ଏମାନଙ୍କ ପାଇଁ ଦିବା ସ୍ଵପ୍ନ ପାଲଟି ଯାଇଥାଏ । ତେବେ ଏହିଭଳି ଏକ ସ୍ଥିତିରେ ବର୍ତ୍ତମାନ ଜଣେ ଆଦିବାସୀ ମହିଳା ବିବାହର ଦୀର୍ଘ ବର୍ଷ ପରେ ଅଧାରେ ଛାଡିଥିବା ପାଠ ପଢାକୁ ଆରମ୍ଭ କରି ନିଜ ପୁଅ ସହ ମିଶି ଦଶମ ଶ୍ରେଣୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମ ତାର୍ଲାକୋଟା । ଏହି ଗାଁର ସି କଲୋନୀରେ ନିଜ ପରିବାର ସହ ରୁହନ୍ତି ବାସନ୍ତୀ ମୁଦୁଲି । ଅଳ୍ପ ବୟସରେ ବିବାହ କରି ଅଙ୍ଗନବାଡି କର୍ମୀ ଭାବେ କାମ କରିବା ସହ ଘର ସଂସାର କାମରେ ନିଜ ଖୁସିକୁ ବଳିଦାନ ଦେଇଥିଲେ ବାସନ୍ତୀ । ହେଲେ ପାଠ ପଢିବାକୁ ଥିଲା ଯଥେଷ୍ଟ ଇଚ୍ଛା । ଏହି ଇଚ୍ଛାକୁ ସେ ପ୍ରାଥମିକ ସ୍ତରରେ ପୁରା ବି କଲେ । ବଡପୁଅ ଶିବାନନ୍ଦ ବଡ ନାୟକଙ୍କ ସହ ଦଶମ ପରୀକ୍ଷା ଦେଇ ବାସନ୍ତୀ କୁଡୁମୁଲ୍ଲୁଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ବାସନ୍ତୀଙ୍କ ଏହି ସଫଳତାକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀ ଖୁସି ପ୍ରକାଶ କରିଥିବାବେଳେ ତାଙ୍କୁ ସହାୟତା ମିଳୁ ବୋଲି ସମସ୍ତେ କହିଛନ୍ତି।

ବାସନ୍ତୀ ଅଙ୍ଗନବାଡି କର୍ମୀ ଭାବେ କାମ କରି ନିଜର ଘର ସଂସାରକୁ ଚଳାଇବା ସହ ପାଠପଢା ପାଇଁ ସମୟ ବାହାର କରିବା ତାଙ୍କର ଶିକ୍ଷା ପ୍ରତି ଥିବା ଆଗ୍ରହ ବାରି ହୋଇପଡୁଛି । ସେ ଶିକ୍ଷିତ ହେବା ସହ ନିଜ ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ପିଲାଙ୍କୁ ମୌଳିକ ଶିକ୍ଷା ସୂଚାରୁ ରୂପେ ପ୍ରଦାନ କରୁଛନ୍ତି । ତେବେ ବାସନ୍ତୀଙ୍କ ଏଭଳି ପ୍ରୟାସକୁ ବର୍ତ୍ତମାନ ଗ୍ରାମବାସୀ ସ୍ଵାଗତ କରିବା ସହ ତାଙ୍କୁ ଆଗାମୀ ଦିନରେ ମଧ୍ୟ ପାଠ ପଢିବାକୁ ସୁଯୋଗ ଦେବା ପାଇଁ ସେମାନେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।

ଶିକ୍ଷା ଆଉ ଆତ୍ମବଳକୁ କେବେ କେହି ନିଜ ଠାରୁ ଦୂରେଇ ପାରିବେ ନାହିଁ ବୋଲି ଏ ଉକ୍ତିର ଯଥାର୍ଥତା ଦେଖାଇ ଦେଇଛନ୍ତି ବାସନ୍ତୀ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

ମାଲକାନଗିରି ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମ ତାର୍ଲାକୋଟା । ଏହି ଗାଁର ସି କଲୋନୀରେ ନିଜ ପରିବାର ସହ ରୁହନ୍ତି ବାସନ୍ତୀ ମୁଦୁଲି । ଅଳ୍ପ ବୟସରେ ବିବାହ କରି ଅଙ୍ଗନବାଡି କର୍ମୀ ଭାବେ କାମ କରିବା ସହ ଘର ସଂସାର କାମରେ ନିଜ ଖୁସିକୁ ବଳିଦାନ ଦେଇଥିଲେ ବାସନ୍ତୀ । ହେଲେ ପାଠ ପଢିବାକୁ ଥିଲା ଯଥେଷ୍ଟ ଇଚ୍ଛା । ଏହି ଇଚ୍ଛାକୁ ସେ ପ୍ରାଥମିକ ସ୍ତରରେ ପୁରା ବି କଲେ । ବଡପୁଅ ଶିବାନନ୍ଦ ବଡ ନାୟକଙ୍କ ସହ ଦଶମ ପରୀକ୍ଷା ଦେଇ ବାସନ୍ତୀ କୁଡୁମୁଲ୍ଲୁଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ବାସନ୍ତୀଙ୍କ ଏହି ସଫଳତାକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀ ଖୁସି ପ୍ରକାଶ କରିଥିବାବେଳେ ତାଙ୍କୁ ସହାୟତା ମିଳୁ ବୋଲି ସମସ୍ତେ କହିଛନ୍ତି।

ବାସନ୍ତୀ ଅଙ୍ଗନବାଡି କର୍ମୀ ଭାବେ କାମ କରି ନିଜର ଘର ସଂସାରକୁ ଚଳାଇବା ସହ ପାଠପଢା ପାଇଁ ସମୟ ବାହାର କରିବା ତାଙ୍କର ଶିକ୍ଷା ପ୍ରତି ଥିବା ଆଗ୍ରହ ବାରି ହୋଇପଡୁଛି । ସେ ଶିକ୍ଷିତ ହେବା ସହ ନିଜ ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ପିଲାଙ୍କୁ ମୌଳିକ ଶିକ୍ଷା ସୂଚାରୁ ରୂପେ ପ୍ରଦାନ କରୁଛନ୍ତି । ତେବେ ବାସନ୍ତୀଙ୍କ ଏଭଳି ପ୍ରୟାସକୁ ବର୍ତ୍ତମାନ ଗ୍ରାମବାସୀ ସ୍ଵାଗତ କରିବା ସହ ତାଙ୍କୁ ଆଗାମୀ ଦିନରେ ମଧ୍ୟ ପାଠ ପଢିବାକୁ ସୁଯୋଗ ଦେବା ପାଇଁ ସେମାନେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।

ଶିକ୍ଷା ଆଉ ଆତ୍ମବଳକୁ କେବେ କେହି ନିଜ ଠାରୁ ଦୂରେଇ ପାରିବେ ନାହିଁ ବୋଲି ଏ ଉକ୍ତିର ଯଥାର୍ଥତା ଦେଖାଇ ଦେଇଛନ୍ତି ବାସନ୍ତୀ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.