ETV Bharat / bharat

ରତନ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ICUରେ ଭର୍ତ୍ତି

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ବର୍ତ୍ତମାନେ ସେ ICUରେ ଭର୍ତ୍ତି ଥିବା ସୂଚନା ମିଳିଛି ।

author img

By ETV Bharat Odisha Team

Published : 2 hours ago

Ratan Tata Health Condition
Ratan Tata Health Condition (Social Media( X))

ହାଇଦ୍ରାବାଦ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ସେ ICUରେ ଭର୍ତ୍ତି ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି । ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ରତନ ଟାଟା । ଏହାପୂର୍ବରୁ ମଧ୍ୟ ରତନ ଟାଟା ଅସୁସ୍ଥ ହେବା ନେଇ ଖବର ଆସିଥିଲା । ଏନେଇ ସେ ନିଜେ ବୟାନ ଜାରି କରି କେବଳ ରୁଟିନ ଚେକ୍ ଅପ୍ ହୋଇଥିବା କଥା କହିଥିଲେ ।

ପୂର୍ବରୁ ଅସୁସ୍ଥତାକୁ ଖଣ୍ଡନ କରିଥିଲେ:

ରକ୍ତରାପ ହ୍ରାସ ପାଇବାରୁ ତାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ସୁସ୍ଥ ଥିବା ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ସ୍ପଷ୍ଟ କରିଥିଲେ । ଚିନ୍ତାର କୌଣସି କାରଣ ନାହିଁ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଆସିଥିଲି ବୋଲି ଉଲ୍ଲେଖ କରିଥିଲେ । ଏହାସହ "ମୋତେ ନେଇ ପ୍ରସାରିତ ହେଉଥିବା ଗୁଜବ" ଏସବୁରୁ ଦୂରେଇ ରହିବାକୁ ସେ ନିବେଦନ କରିଥିଲେ।

ଏହା ବି ପଢନ୍ତୁ...ଅସୁସ୍ଥତା ନେଇ ମୁହଁ ଖୋଲିଲେ ଟାଟା ଟାଇକୁନ, 'ସୁସ୍ଥ ଅଛି, ନିୟମିତ ଚେକ୍ ଅପ୍' - Ratan Tata Health Updates

ରତନ ଟାଟାଙ୍କ ସଫଳତା:

ଟାଟା ଗ୍ରୁପର ପ୍ରତିଷ୍ଠାତା ହେଉଛନ୍ତି ରତନ ଟାଟା । ଜଣେ ସଫଳ ବ୍ୟବସାୟୀ ଭାବେ ସେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି । ନିଜ ଦକ୍ଷତା ଓ ପ୍ରଚେଷ୍ଟା ବଳରେ ସେ ଟାଟା ସନ୍ସକୁ ଏକ ଟ୍ରିଲିୟନ ଡଲାର ବିଶିଷ୍ଠ ବ୍ୟବସାୟ ପ୍ରତିଷ୍ଠା କରି ପାରିଛନ୍ତି । ଟାଟା ଟାଇକୁନ ରତନ ଟାଟାଙ୍କ ବୟସ ବର୍ତ୍ତମାନ 86 ବର୍ଷ । ତାଙ୍କର ପୂରା ନାମ ରତନ ନାଭାଲ ଟାଟା । 1937 ଡିସେମ୍ବର 28 ତାରିଖରେ ସେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିଲେ । ନିଜର କଠିନ ପରିଶ୍ରମ ବଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରତନ । ପଦ୍ମ ବିଭୂଷଣ ଏବଂ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ରତନ ଟାଟା । 1991 ଠାରୁ ଟାଟା ଗ୍ରୁପର ଅଧ୍ୟକ୍ଷ ଅଛନ୍ତି ରତନ ନାଭାଲ ଟାଟା । ଗତ କିଛି ଦିନ ଧରି ଲଗାତାର ତାଙ୍କର ଅସୁସ୍ଥତା ନେଇ ଖବର ପ୍ରକାଶ ପାଉଛି।

ଏହା ମଧ୍ୟ ପଢନ୍ତୁ-ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ

ଏହା ମଧ୍ୟ ପଢନ୍ତୁ-Ratan Tata: ପ୍ରଥମ ଚାକିରି ପାଇଁ କିପରି ଥିଲା ରତନ ଟାଟାଙ୍କ ବାୟୋଡାଟା ? ପଢ଼ନ୍ତୁ

ଏହା ବି ପଢନ୍ତୁ...ଭେଟେରାନ ନେତା ଧନେଶ୍ଵର ମାଝୀଙ୍କ ପରଲୋକ, ବିଧାୟକ ଓ ସାଂସଦ ଭାବେ ତୁଲାଇଛନ୍ତି ଦାୟିତ୍ବ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.