ମାଲକାନଗିରି: ଲୁହାଗୁଣ୍ଡ ଯୋଗୁଁ ଫସଲ ନଷ୍ଟ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା ଆର୍ସେଲର ମିତଲ ନିପୋନ ଷ୍ଟିଲ ଇଣ୍ଡିଆ ଲିମିଟେଡ (Arcellor mital nipon steel India Ltd)ର ପାଇପ ଲାଇନ ବଡ଼ପଦର ପଞ୍ଚାୟତର ଦୁଇଟି ଗ୍ରାମ ବାଙ୍ଗୁରୁପଡା ଓ ଖିଲଗୁଡା ମଧ୍ୟରେ ଦେଇ ଯାଇଛି ।
କୌଣସି କାରଣରୁ ଏହି କମ୍ପାନୀର ପାଇପଲାଇନ ସେଠାରେ ଫାଟି ଯାଇଥିବାରୁ ସେଠି ପାଖାପାଖି ୧୦ ଏକର ଫସଲରେ କେମିକାଲ ପାଣି ମିଶା ଲୁହାପଥର ଗୁଣ୍ଡ ମାଡିଯାଇଛି । ଯାହାଫଳରେ ଲୋକଙ୍କ ଧାନ ମାଣ୍ଡିଆ, ବିରି , ଫୁଲକୋବି, ଟମାଟୋ ପ୍ରଭୁତି ଚାଷ ନଷ୍ଟ ହୋଇଛି।
ତେବେ ଚାଷୀଙ୍କୁ ଫସଲ କ୍ଷୟକ୍ଷତି କମ୍ପାନୀ ବହନ କରିବାକୁ ରାଜି ହୋଇଛି। ଜଗବନ୍ଧୁ କୀର୍ସାନି ଓ ସୀତାରାମ ଖେମୁଡୁ କହିବା ଅନୁସାରେ କମ୍ପାନୀ କ୍ଷୟକ୍ଷତି ହୋଇଥିବାରୁ ସାହାଯ୍ୟ କରିବା ସହ ଚାଷଜମିରେ ମାଡି ଯାଇଥିବା ଆଇରନ ସ୍ଲରି କାଡ଼ି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସେମାନଙ୍କ ଚିନ୍ତା ପରବର୍ତ୍ତୀ ସମୟରେ ସେହି ଜମିରେ ଚାଷ ନହେଲେ କଣ କରିବେ ବୋଲି ଚିନ୍ତା ପ୍ରକଟ କରିଛନ୍ତି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ