ETV Bharat / state

2 ବର୍ଷ ପରେ ମାଲକାନଗିରିରୁ ଉଦ୍ଧାର ଝାଡଖଣ୍ଡର ନିଖୋଜ ଯୁବକ - ମାଲକାନଗିରିରୁ ଉଦ୍ଧାର ଝାଡଖଣ୍ଡର ନିଖୋଜ ଯୁବକ

କାମ ଧନ୍ଧା ଖୋଜିବାକୁ ଆସି ଝାଡଖଣ୍ଡର ଜଣେ ଯୁବକ ନିଖୋଜ ହୋଇଥିଲେ । ଦୀର୍ଘ 2 ବର୍ଷ ଧରି ନିଖୋଜ ଥିବା ଯୁବକକୁ ମାଲକାନଗିରିରୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ମାଲକାନଗିରିରୁ ଉଦ୍ଧାର ଝାଡଖଣ୍ଡର ନିଖୋଜ ଯୁବକ
ମାଲକାନଗିରିରୁ ଉଦ୍ଧାର ଝାଡଖଣ୍ଡର ନିଖୋଜ ଯୁବକ
author img

By

Published : Oct 14, 2020, 5:14 PM IST

ମାଲକାନଗିରି: ଦୀର୍ଘ ଦୁଇ ବର୍ଷ ପରେ ଘରକୁ ଫେରିବେ ସୁନ୍ଦର । ଝାଡଖଣ୍ଡ ଖରସୋଲା ଥାନା ଅନ୍ତର୍ଗତ ଚାମରୁଦୁହି ଗାଁର ନିଖୋଜ ସୁନ୍ଦର କୋପେଙ୍କୁ ଉଦ୍ଧାର କରିଛି ମାଲକାନଗିରି ପୋଲିସ । 2018 ମସିହାରେ କାମ ସନ୍ଧାନରେ ଆସି ନିଖୋଜ ହୋଇଯାଇଥିଲେ ସୁନ୍ଦର । ଏନେଇ ପରିବାର ପକ୍ଷରୁ ଖରସୋଲା ଥାନାରେ ଏକ ଏତଲା ଦେଇଥିଲା ।

ଝାଡଖଣ୍ଡ ଖରସୋଲା ଥାନା ଅନ୍ତର୍ଗତ ଚାମରୁଦୁହି ଗାଁର କାର୍ତ୍ତିକ କୋପେଙ୍କ ପୁଅ ସୁନ୍ଦର କୋପେ ୨୦୧୮ ମସିହା ଅକ୍ଟୋବର ୨୩ ତାରିଖ ଦିନ କାମ ସନ୍ଧାନରେ ଘରୁ ବାହାରକୁ ଆସି ନିଖୋଜ ହୋଇଥିଲା। ପରିବାର ପକ୍ଷରୁ ଯୋଗଯୋଗ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ । କୌଣସି ଆଡୁ କିଛି ସୂଚନା ନ ମିଳିବାରୁ ପରିବାର ଲୋକେ ଖରସୋଲା ଥାନାର ଦ୍ବାରସ୍ଥ ହୋଇଥିଲେ ।

ମାଲକାନଗିରିରୁ ଉଦ୍ଧାର ଝାଡଖଣ୍ଡର ନିଖୋଜ ଯୁବକ

ସେପଟେ, ମାଲକାନଗିରି ପୋଲିସ ଏସଆଇ ଶୁଭଶ୍ରୀ ନାୟକ ଓ ଅନ୍ୟ ପୋଲିସ କର୍ମଚାରୀ ପାଟ୍ରୋଲିଂ ସମୟରେ ସୁନ୍ଦରଙ୍କୁ ଏକ ବିଶ୍ରାମଗାରରୁ ସନ୍ଦିଗ୍ଧ ଭାବେ ଉଦ୍ଧାର କରିଥିଲେ । ପରେ ପଚରା ଉଚୁରା କରିବା ପରେ ତାଙ୍କ ପରିବାର ସହ ଯୋଗଯୋଗ କରାଯାଇଥିଲା । ଏପରିକି ସୁନ୍ଦରଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଭିଡିଓ କଲ ମାଧ୍ୟମରେ କଥାବାର୍ତ୍ତା କରାଇଥିଲେ । ଦୀର୍ଘ ଦିନ ପରେ ପୁଅର ସନ୍ଧାନ ପାଇଥିବାରୁ ଏଥିପାଇଁ ମାଲକାନଗିରି ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ପରିବାର ।

ସୁନ୍ଦରକୁ ନିଜ ଗାଁକୁ ଫେରାଇ ନେବାକୁ ପରିବାର ଲୋକେ ଓଡିଶା ଆସୁଛନ୍ତି । ପୋଲିସ ପକ୍ଷରୁ ସୁନ୍ଦରକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯାଇଥିବା କୁହାଯାଇଛି । ଏଭଳି କି ସୁନ୍ଦର ମିଳିବା ଖବର ଗ୍ରାମବାସୀ ପାଇବା ପରେ ସମସ୍ତେ ଖୁସି ଜାହିର କରିଛନ୍ତି । ଅନ୍ୟପଟେ ମାଲକାନଗିରି ପୋଲିସ କିଭଳି ନିଜ ଘରକୁ ସୁନ୍ଦର ଫେରିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.