ମାଲକାନଗିରି: ମାଓବାଦୀ-ଆଦିବାସୀ ଲଢେଇ । ଆଦିବାସୀଙ୍କୁ ସହାୟତାର ହାତ ବଢାଇଲା ପ୍ରଶାସନ । କ୍ଷତିଗ୍ରସ୍ତ ଆଦିବାସୀଙ୍କୁ ଗତକାଲି ରନ୍ଧା ଖାଦ୍ୟ ଦେବା ସହ ଗାଁକୁ ଫେରାଇ ଆଣିବାକୁ ପ୍ରଶାସନ ଉଦ୍ୟମ କରୁଛି । ଏପରିକି ଆଜି ବି ମଧ୍ୟ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯିବ ।
ଗତକାଲି ବିକାଶମୂଳକ କାର୍ଯ୍ୟକୁ ବିରୋଧ କରୁଥିବା ମାଓବାଦୀଙ୍କୁ ପଥରରେ ଛେଚି ଗ୍ରାମବାସୀ ମାରିବା ପରେ ପ୍ରତିଶୋଧ ନେଇଥିଲେ ମାଓବାଦୀ । ଯେଉଁଥିରେ ଜନ୍ତୁରାଇ ଗାଁର ପାଖାପାଖି 10ଟି ଘରକୁ ଜାଳି ପୋଡି ପାଉଁଶ କରିଦେଇଥିଲେ । ଯେଉଁଥିରେ ଭୟଭୀତ ହୋଇ ଗାଁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ କ୍ଷତିଗ୍ରସ୍ତ ପରିବାର । ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଦେଖି ମୁଖ୍ୟସ୍ରୋତକୁ ଫେରୁଥିବା ଆଦିବାସୀଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ