ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ସଡକ ନିର୍ମାଣକୁ ବିରୋଧ କରି ଜଣେ କର୍ମଚାରୀଙ୍କୁ ହତ୍ୟା କଲେ ମାଓବାଦୀ ।
![ମାଓବାଦୀଙ୍କ ରାସ୍ତା କାମକୁ ବିରୋଧ, ଜଣଙ୍କୁ ହତ୍ୟା କରି ଜାଳିଗେଲେ ଗାଡି](https://etvbharatimages.akamaized.net/etvbharat/prod-images/od-mkg-98-naxal-incident-avo-od10013_16042021201758_1604f_1618584478_435.jpg)
ଅନ୍ୟପଟେ ଗୋରାଗୁଣ୍ଡା ଠାରେ ମଧ୍ୟ ରାସ୍ତା କାମକୁ ବିରୋଧ କରି ଦୁଇଟି ଗାଡିକୁ ଜାଳି ଦେଲେ ମାଓବାଦୀ । ଗୋଟିଏ ଟିପ୍ପର ଏବଂ ଗୋଟିଏ ଡଜୋରକୁ ଜାଳି ଦେଇଛନ୍ତି ମାଓବାଦୀ । ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ