ETV Bharat / state

ବିରଳ ଅସ୍ତ୍ରୋପଚାର: ମହିଳାଙ୍କ ପେଟରୁ ବାହାରିଲା 9 କେଜି ଟ୍ୟୁମର - ବିରଳ ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରୁ ବାହାରିଲା 9 କେଜି ଟ୍ୟୁମର

ବିରଳ ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରୁ ବାହାରିଲା 9 କେଜି ଟ୍ୟୁମର । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛି ଏହି ଅପରେସନ । ଅପରେସନ ପରେ ମହିଳା ସୁସ୍ଥ ଥିବା ସୂଚନା ।

9 kg tumor removed from woman's stomach after operation
ବିରଳ ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରୁ ବାହାରିଲା 9 କେଜି ଟ୍ୟୁମର
author img

By

Published : Dec 23, 2019, 7:42 PM IST

ମାଲକାନଗିରି: ବିରଳ ଅସ୍ତ୍ରୋପଚାର ପରେ ଆଦିବାସୀ ମହିଳାଙ୍କ ପେଟରୁ ବାହାରିଲା 9 କେଜିର ଟ୍ୟୁମର । ଏଭଳି ବିରଳ ଅପରେସନ ହୋଇଛି ଉପାନ୍ତ ଆଦିବାସୀ ଇଲାକା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

9 kg tumor removed from woman's stomach after operation
ବିରଳ ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରୁ ବାହାରିଲା 9 କେଜି ଟ୍ୟୁମର

ସୂଚନାନୁସାରେ, ମାଲକାନଗିରି ସଦର ବ୍ଲକ ଚାଲାଣଗୁଡା ଗ୍ରାମର ଜଣେ ଗରିବ ଆଦିବାସୀ ମହିଳା ଗର୍ଭାଶୟରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ପରିବାର ଲୋକ ମହିଳାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ରବିବାର ସର୍ଜରୀ ସ୍ପେଶାଲିଷ୍ଟ ଡାକ୍ତର ସପନ କୁମାର ଦିଣ୍ଡା ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସା ବେଳେ ତାଙ୍କ ଗର୍ଭାଶୟରେ ଓଭାରିଆନ ଟ୍ୟୁମର ହୋଇଥିବା ଜାଣିବାକୁ ପାଇଥିଲେ । ସୋମବାର ମହିଳାଙ୍କ ଏହି ଟ୍ୟୁମର ଅପରେସନ ପାଇଁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । ପ୍ରାୟ 2ରୁ 3 ଘଣ୍ଟାର ପରିଶ୍ରମ ପରେ ଡାକ୍ତରୀ ଟିମ୍ ମହିଳାଙ୍କ ପେଟରୁ ଟ୍ୟୁମର କାଢିବାକୁ ସକ୍ଷମ ହୋଇଥିଲା । ତେବେ ଏହି ବିରଳ ଟ୍ୟୁମର ଅପରେସନ ଶେଷ ହେବା ପରେ ମହିଳା ଜଣକ ସୁସ୍ଥ ଥିବା ଜଣାପଡିଛି ।

ମହିଳାଙ୍କ ଏହି ଅପରେସନ ପରେ ରାଜ୍ୟ ସରକାରଙ୍କ 5'ଟି' ଉପାନ୍ତ ଜିଲ୍ଲାର ସ୍ବାସ୍ଥ୍ୟସେବା ଚିତ୍ରକୁ ବଦଳାଇଥିବା ଜଣାପଡୁଛି । ପୂର୍ବରୁ ନିଜ ରୋଗ ଭଲ କରିବାକୁ ଉପାନ୍ତ ଜିଲ୍ଲାର ଆଦିବାସୀ ଗୁଣିଆ, ଦିଶାରିଙ୍କ ସାହାରା ନେଉଥିଲେ । ମାତ୍ର ଅନ୍ଧବିଶ୍ବାସକୁ ଦୂର କରି ଆଦିବାସୀଙ୍କ ଡାକ୍ତରଖାନା ଯିବା 5'ଟି'କୁ ସଫଳତା ଆଣିଦେଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ବିରଳ ଅପରେସନ କାରଣରୁ ବଞ୍ଚିଲା ଜଣେ ଆଦିବାସୀ ମହିଳାଙ୍କ ଜୀବନ । ସରକାରଙ୍କ 5ଟି ଗଠନ ପରେ ଏବେ ବଦଳିଛି ଉପାନ୍ତ ଜିଲ୍ଲାର ଚିତ୍ର । ପୂର୍ବରୁ ଗୁଣିଆ ଦିଶାରିଙ୍କ ପାଖକୁ ଯାଉଥିବା ଆଦିବାସୀ ଏବେ ଡାକ୍ତରଖାନା ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଯାହାର ବାସ୍ତବ ପ୍ରମାଣ ଦେଖିବାକୁ ମିଳିଛି ମାଲକାନଗରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । Body:ମାଲକାନଗିରି ସଦର ବ୍ଲୋକ ଅନ୍ତର୍ଗତ ଚାଲାଣଗୁଡା ଗ୍ରାମର ଜଣେ ଗରିବ ଆଦିବାସୀ ମହିଲାଙ୍କ ଗର୍ଭାସୟରେ ଯନ୍ତ୍ରଣା ହେବାରୁ ସେ ହେବାରୁ ସେ ଭୀଷଣ ପୀଡା ଅନୁଭବ କରୁଥିଲେ ଏହା ଦେଖି ପରିବାର ଲୋକଙ୍କ ସହ ସ୍ଥାନୀୟ କିଛି ଯୁବକ ମହିଳାଙ୍କୁ ମାଲକାନଗରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଗତକାଲି ସର୍ଜରୀ ସ୍ପେଶାଲିଷ୍ଟ ଡାକ୍ତର ସପନ କୁମାର ଦିଣ୍ଡା ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ପରେ ମହିଳାଙ୍କ ଗର୍ଭାସୟରେ (ଓଭାରୟାନ ଟ୍ୟୁମର) ହୋଇଥିବା ଜାଣିବାକୁ ପାଇଥିଲେ । ଆଜି ଏକ ଟିମ ଗଠନ କରି ପ୍ରାୟ ୨ରୁ ୩ ଘଣ୍ଟା ଧରି ମହିଳାଙ୍କ ଅପରେସନ କରିଥିଲେ । ଅନେକ ପରିଶ୍ରମ ପରେ ମହିଳାଙ୍କ ଗର୍ଭାସୟରୁ ୯କେଜିର ଏକ ଟ୍ୟୁମର ବାହାର କରି ଥିଲେ । ଏହି ବିରଳ ଅପରେସନ ଶେଷ ହେବା ପରେ ମହିଳା ଜଣକ ସୁସ୍ତ ଥିବା ଜଣା ପଡିଛି ।

Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.