ମାଲକାନଗିରି: ଜିଲ୍ଲାରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ଧନପମି ଜାନି, ଅର୍ଜୁନ ଗୋଲୋରି , ଜଗବନ୍ଧୁ ଖରା, କିଲଚିନା ରାଓ, ବାଲୁକିନ୍ଦାଲ ଓ ସନିଆ ବଡନାୟକ ସହ ଜଣେ ନାବାଳକ ରହିଥିବା ସୂଚନା ମିଳିଛି । ଏମାନଙ୍କ ଠାରୁ ପୋଲିସ ନଗଦ ୧୭ଶହ ଟଙ୍କା, ୪ଟି ମୋବାଇଲ ଜବତ କରିଛନ୍ତି ପୋଲିସ ।
ସୂଚନାଯୋଗ୍ୟ ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ ଚୋରା ଚାଲାଣ ହେଉଥିବାବେଳେ ଏକ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚରେ ଅଟୋ ଭିତରୁ ୨୮ ବସ୍ତା ଗଞ୍ଜେଇ ଠାବ ହୋଇଥିଲା। ଜବତ ଗଞ୍ଜେଇର ଓଜନ ୮ କୁଇଣ୍ଟାଲ ଓ ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଏସଡିପିଓ କହିଛନ୍ତି । ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ