ମାଲକାନଗିରି: ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ଏକ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର 4 ଜଣ ସଦସ୍ୟକୁ ପୋଲିସ ଗିରଫ କରିଛି । ସେମାନେ ହେଲେ ଗୁରୁଦାସ ମଜୁମଦାର, ବିଜୟ ମଣ୍ଡଳ, ବରୁଣ ଢାଲି ଓ ବାବୁଲାଲ ମଜୁମଦାର ।
ପୋଲିସ ଏମାନଙ୍କ ଠାରୁ 3ଟି ଚୋରା ମୋଟର ସାଇକେଲ ସହ ଗୋଟିଏ ଲ୍ୟାପଟପ, ଗୋଟିଏ ଏଲ.ଇ.ଡି ଟିଭି, 12ଟି ମୋବାଇଲ ଫୋନ ଏବଂ ଅନେକ ସରକାରୀ ସାର୍ଟିଫିକେଟ ଜବତ କରିଛି । ଗତ ଦୁଇ ବର୍ଷ ଧରି ମାଲକାନଗିରି ଜିଲ୍ଲା ସହ ସୀମାନ୍ତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ଏହି ରାକେଟ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲା । ଏମାନଙ୍କ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଖୁବ ଶୀଘ୍ର ଧରାଯିବ ବୋଲି ମାଲକାନଗିରି ଏସ.ଡି.ପିଓ କହିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ