ETV Bharat / state

ମାଲକାନଗିରି ଡଙ୍ଗା ବୁଡି ଘଟଣାରେ 3 ମୃତଦେହ ଉଦ୍ଧାର - ଡଙ୍ଗା ବୁଡି 3 ନିଖୋଜ

ମାଲକାନଗିରି ଡଙ୍ଗାବୁଡି ଘଟଣାରେ ମିଳିଲା 3 ମୃତଦେହ । ପ୍ରଥମେ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର ହେବା ପରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଲକାନାଗିରିର ସାବେରୀ ନଦୀରେ ଡଙ୍ଗା ବୁଡି ଯିବା ଘଟଣାରେ 3 ନିଖୋଜ ଥିଲେ । ଅଧିକ ପଢନ୍ତୁ...

ସାବେରୀ ନଦୀରେ ଡଙ୍ଗା ବୁଡି, 3 ନିଖୋଜ
author img

By

Published : Oct 12, 2019, 8:33 AM IST

Updated : Oct 13, 2019, 6:21 PM IST

ମାଲକାନଗିରି: ସାବେରୀ ନଦୀରେ ଡଙ୍ଗା ବୁଡି ଘଟଣାରେ 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ପ୍ରଥମେ 2 ଜଣ ଭଉଣୀଙ୍କ ମୃତଦେହ ମିଳିଥିବା ବେଳେ ପରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ସାବେରୀ ନଦୀରେ ଶନିବାର ଡଙ୍ଗା ବୁଡି ଯିବାରୁ 3 ଜଣ ନିଖୋଜ ଥିଲେ । ମାଲକାନଗିରିର ମାଟେରୁ ପଞ୍ଚାୟତ ଅଧିନସ୍ଥ କୁମ୍ଭାରଗୁଡା ଗାଁର ରାଜକାବାସୀଙ୍କ 2 ଝିଅଙ୍କ ମୃତଦେହ ମିଳିଥିବା ବେଳେ ନିଖୋଜ ଥିବା ଯୁବକଙ୍କ ମୃତ ଦେହ ରବିବାର ଉଦ୍ଧାର ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଶନିବାର ମାଟେରୁ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଗୁଡା ଗାଁର ରାଜା କାବାସୀଙ୍କ 2 ଝିଅଙ୍କ ସହ ଜଣେ ସଂପର୍କୀୟ ଯୁବକ ପୋଡଶୀ ଛତିଶଗଡ଼କୁ ଏକ ଦେଶୀ ଡଙ୍ଗାରେ ଯାଉଥିବା ବେଳେ ଡ଼ଙ୍ଗାଟି ଭାର ସାମ୍ୟ ହରାଇ ନଦୀରେ ବୁଡି ଯାଇଥିଲା । ପରେ ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଥିଲେ ।

ତେବେ ଛତିଶଗଡ ଯିବା ପାଇଁ ନଦୀ ପାର ହେବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ଡଙ୍ଗାଟି ବୁଡି ଯାଇଥିଲା । ଦୁଇ ଦିନ ପରେ ନିଖୋଜ 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସାବେରୀ ନଦୀର ପଡିଆ ଘାଟରୁ ଏମାନଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ । ପଡିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ କରୁଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Oct 13, 2019, 6:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.