ମାଲକାନଗିରି: ପୁଣିଥରେ ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର 250 ଜଣ ମାଓ ସମର୍ଥକ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ଦୀର୍ଘ ବର୍ଷ ଧରି ମାଓବାଦୀ ମାନେ ମହୁପଦର ଅଞ୍ଚଳରେ ରାଜ କରି ଆସୁଥିଲେ ।
କିନ୍ତୁ ମାଥିଲି ଥାନା ଅଧିକାରୀ ଜନ ଖୁଜୁରଙ୍କ ନେତୃତ୍ବରେ ବିକାଶ ଅଞ୍ଚଳରେ ପାଦ ଥାପି ଥିବାରୁ ନକ୍ସଲ କାର୍ଯ୍ୟକଳାପ ପ୍ରତି ଅସନ୍ତୁଷ୍ଟ ହୋଇ ଏହି ଆଦିବାସୀ ମାନେ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା କହିଛନ୍ତି ମାଲକାନଗିରି ଏସପି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ