ETV Bharat / state

ଚାଲିଛି ମାଓବାଦୀଙ୍କ ଶହୀଦ ସପ୍ତାହ: 2 ମାଓବାଦୀ ମୃତ, ବିପୁଳ ମାଓ ସାମଗ୍ରୀ ଜବତ - ସୁକମା

ଛତିଶଗଡ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ପୋଲିସ ଗୁଳିବିନିମୟରେ ଦୁଇ ମାଓବାଦୀ ନିହତ । ବନ୍ଧୁକ ଓ ବୋମା ସହ ବିପୁଳ ମାଓ ସାମଗ୍ରୀ ଜବତ । ମାଓବାଦୀଙ୍କ ଶହୀଦ ସପ୍ତାହ ଅବସରରେ ସୁକମା ଜିଲ୍ଲାର କୋନ୍ତା ଥାନା ଅନ୍ତର୍ଗତ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବାବେଳେ ମିଳିଛି ସଫଳତା ।

ପ୍ରତୀକାତ୍ମକ ଫଟୋ
author img

By

Published : Jul 29, 2019, 11:57 AM IST

Updated : Jul 29, 2019, 2:43 PM IST

ମାଲକାନଗିରି: ମାଓବାଦୀଙ୍କ ଶହୀଦ ସପ୍ତାହର ଦ୍ବିତୀୟ ଦିନରେ ପୋଲିସକୁ ମିଳିଛି ବଡ ସଫଳତା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାର କୋନ୍ତା ଥାନା ଅନ୍ତର୍ଗତ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜିର ଏକ ଟିମ ସେଠାରେ ଚଢାଉ କରିଥିଲେ । ଯବାନଙ୍କ ଆସିବା ଦେଖି ମାଓବାଦୀମାନେ ଗୁଳିଚାଳନା କରିବାରୁ ଯବାନମାନେ ପାଲଟା ଆକ୍ରମଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ପ୍ରାୟ ଦେଢ଼ ଘଣ୍ଟା ଧରି ଗୁଳିବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ପରେ ଯବାନମାନେ ସର୍ଚ୍ଚ ଅପରେସନ କରି ଦୁଇ ମାଓବାଦୀଙ୍କ ମୃତଦେହ ଜବତ କରିବା ସହ ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ।

ମାଓ ସାମଗ୍ରୀ ମଧ୍ୟରେ ଅନେକ ବନ୍ଧୁକ ସହ ବୋମା ଭଳି ବିସ୍ପୋରକ ସାମଗ୍ରୀ ରହିଥିବା ସୁକମା ଏସପି ସଲଭ ସିହ୍ନା ସୂଚନା ଦେଇଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ମାଓ କ୍ୟାମ୍ପରୁ ସୁକମା ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ମାଓବାଦୀଙ୍କ ମୃତଦେହ ସହ ଜବତ ହୋଇଥିବା ମାଓ ସାମଗ୍ରୀକୁ ନେଇ ଯବାନମାନେ ଆସିନଥିବା ଜଣା ପଡିଛି ।

ମାଲକାନଗିରିରି ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

szgfhjhj

Conclusion:
Last Updated : Jul 29, 2019, 2:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.