ETV Bharat / state

୧୫୦ କଇଁଛ ଜବତ କଲେ କାଲିମେଳା ବନ କର୍ମଚାରୀ, ଅଭିଯୁକ୍ତ ଫେରାର - ୧୫୦ ଗୋଟି କଇଁଛ ଜବତ ମାମଲା

କାଲିମେଳା ବନ କର୍ମଚାରୀଙ୍କ ଦ୍ବାରା ୧୫୦ ଗୋଟି କଇଁଛ ଜବତ । ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ...

କାଲିମେଳା ବନ କର୍ମଚାରୀଙ୍କ ଦ୍ବାରା ୧୫୦ ଗୋଟି କଇଁଛ ଜବତ

author img

By

Published : Jun 4, 2021, 10:26 AM IST

ମାଲକାନଗିରି: କାଲିମେଳା ଅଞ୍ଚଳର କେତେକ କଇଁଛ ବ୍ୟବସାୟୀ ଆନ୍ଧ୍ର ପ୍ରଦେଶରୁ କଇଁଛ ଆଣି ମାଲକାନଗିରି ଜିଲ୍ଲାରେ ଚୋରାରେ ବିକ୍ରୟ କରି ଟଙ୍କା ରୋଜଗାର କରୁଛନ୍ତି। ହେଲେ ଏହି ବେଆଇନ କାମ କରୁଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ କାଲିମେଳା ବନ କର୍ମଚାରୀମାନେ ସର୍ବଦା ଜାଲ ବିଛାଇଥାନ୍ତି।

କାଲିମେଳା ବନ କର୍ମଚାରୀଙ୍କ ଦ୍ବାରା ୧୫୦ ଗୋଟି କଇଁଛ ଜବତ

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିଗଲ ପଞ୍ଚାୟତର ଏମପିଭି-୬୫ ଗ୍ରାମକୁ ଯାଇଥିବା ବେଳେ ଫରେଷ୍ଟ ଗାଡି ଦେଖି ୨ ଜଣ କଇଁଛ ବ୍ୟବସାୟୀ ୨ଟି ବାଇକ ଛାଡି ଜଙ୍ଗଲକୁ ଧାଇଁ ପଳାଇଥିଲେ।

ଅଭିଯୁକ୍ତଙ୍କୁ ଧରିବାରେ ବନ କର୍ମଚାରୀମାନେ ବିଫଳ ହୋଇଥିବା ବେଳେ ଘଟଣାସ୍ଥଳରୁ ୨ଟି ବାଇକ ଜବତ କରିବା ସହ ୧୫୦ କଇଁଛକୁ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ କାଲିମେଳା ରେଞ୍ଜ କେସ ନଂ:୩୮/୨୦୨୧ରେ ଏକ ମାମଲା ରଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.