ମାଲକାନଗିରି: 1013 ବସ୍ତା ମାଣ୍ଡିଆ ବସ୍ତା ଜବତ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକରେ ଥିବା ମାଣ୍ଡିଆ ମଣ୍ଡିରୁ ୧୦୧୩ ମାଣ୍ଡିଆ ବସ୍ତା ଜବତ କରାଯାଇଛି। ରଖାଯାଇଥିବା ମାଣ୍ଡିଆର କେହି ମାଲିକାନା ଦାବି କରୁନଥିବାରୁ ଏହି ମାଣ୍ଡିଆ ବସ୍ତାକୁ ଜବତ କରାଯାଇଛି।
କେହି ନକଲି ଚାଷୀ ମଣ୍ଡିକୁ ମାଣ୍ଡିଆ ଆଣିଥିବା ଖବର ପାଇ ଖଇରପୁଟ ବିଡ଼ିଓ ହୃଦାନନ୍ଦ ସାହୁ ଓ ତହସିଲଦାର ରାମ ପ୍ରସାଦ ନାୟକଙ୍କ ନେତୃତ୍ବରେ ଏକ ଟିମ୍ ମଣ୍ଡିକୁ ଗସ୍ତ କରି ମାଣ୍ଡିଆ ବସ୍ତା ଜବତ କରିଛନ୍ତି । ମାଣ୍ଡିଆ ମଣ୍ଡିରେ ଏପରି ଘଟଣା ପ୍ରଥମ କରି ଦେଖିବାକୁ ମିଳିଥିବା ବେଳେ ଆଉ କିଏ ନକଲି ଚାଷୀ ମାଣ୍ଡିଆ ମଣ୍ଡିକୁ ଆଣିଛନ୍ତି କି ନାହିଁ ଖଇରପୁଟ ବିଡ଼ିଓ ଓ ତହସିଲଦାର ଅଧିକ ତଦନ୍ତ କରୁଛନ୍ତି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ