ETV Bharat / state

ଡାକ୍ତରଖାନା ପରିସରରୁ 10 ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର - ମାଲକାନଗିରି ଖବର

ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଏକ ଦଶ ଫୁଟିଆ ଅଜଗର ସାପ ଉଦ୍ଧାର କରିଛନ୍ତି ଦୁଇ ସ୍ଥାନୀୟ ଯୁବକ । ଅଧିକ ପଢନ୍ତୁ

ଡାକ୍ତରଖାନା ପରିସରରୁ ଅଜଗର ସାପ ଉଦ୍ଧାର
ଡାକ୍ତରଖାନା ପରିସରରୁ ଅଜଗର ସାପ ଉଦ୍ଧାର
author img

By

Published : Aug 24, 2022, 7:57 AM IST

ମାଲକାନଗିରି: ଗତକାଲି ରାତିରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଏକ ଦଶ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି । ଡାକ୍ତରଖାନାର ପରିସର ମଧ୍ୟରେ ଥିବା ଡାକ୍ତରଙ୍କ ବାସଭବନରେ ପଶି ଯାଇଥିଲା । ଅଜଗର ସାପଟି ପଶିବା ଦେଖି ଡାକ୍ତର ଓ ମେଡିକାଲ କର୍ମଚାରୀ ଭୟଭୀତ ହୋଇଯାଇଥିଲେ । କିଛି ସମୟ ପରେ ସ୍ଥାନୀୟ ଯୁବକ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ ।

ଡାକ୍ତରଖାନା ପରିସରରୁ ଅଜଗର ସାପ ଉଦ୍ଧାର

ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଏକ ଦଶ ଫୁଟିଆ ଅଜଗର ସାପ ଉଦ୍ଧାର କରିଛନ୍ତି ଦୁଇ ସ୍ଥାନୀୟ ଯୁବକ । ରାତି ସମୟରେ ଡାକ୍ତରଖାନାର ପରିସରରେ ଥିବା ଡାକ୍ତରଙ୍କ ବାସଭବନରେ ପଶି ଯାଇଥିଲା ଅଜଗର ସାପ । ଅଜଗର ସାପଟି ପଶିବା ଦେଖି ଡାକ୍ତର ଓ ମେଡିକାଲ କର୍ମଚାରୀ ଭୟଭୀତ ହୋଇ ଯାଇଥିଲେ । ପରେ ଚିତ୍ରକୋଣ୍ଡାର ସ୍ଥାନୀୟ ଦୁଇ ଯୁବକ ମାଧବ ଓ ମାନସ ସାପ ଟିକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିଲେ । ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଉଦ୍ଧାର କରାଯାଇଥିବା ସାପଟି ପ୍ରାୟ ଦଶ ଫୁଟ ହେବ । ସାପଟି ଖାଦ୍ୟ ଅନୁସନ୍ଧାନରେ ମେଡିକାଲ ପରିସର ଯାଇଥିବା ଅନୁମାନ କରାଯାଉଛି ।

ଡାକ୍ତରଖାନାର ଅଜଗର ସାପକୁ ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ । ପରେ ଦୁଇ ସ୍ଥାନୀୟ ଯୁବକ ସାହସର ସହିତ ସମସ୍ତଙ୍କୁ ସାବଧାନ ରହିବାକୁ କହି ଅଜଗର ସାପଟିକ ଉଦ୍ଧାର କରିଥିଲେ । ଚିତ୍ରକୋଣ୍ଡାର ସ୍ଥାନୀୟ ଦୁଇ ଯୁବକ ମାଧବ ଓ ମାନସ ସାପଟିକୁ ଉଦ୍ଧାର କରିବା ସମୟରେ ବହୁ ସାବଧାନତା ଅବଲମ୍ବନ କରିଥିଲେ । ପରେ ସେମାନେ ସାପଟିକୁ ଉଦ୍ଧାର ପରେ ଡାକ୍ତରଖାନାରେ ଅଜଗର ସାପକୁ ଦେଖିବା ପାଇଁ ଭିଡ ଲାଗିଥିଲା । ଚିତ୍ରକୋଣ୍ଡାର ସ୍ଥାନୀୟ ଦୁଇ ଯୁବକ ମାଧବ ଓ ମାନସ ସାପଟିକୁ ଉଦ୍ଧାର କରିବା ସମୟରେ ଅଜଗର କାହାରିକୁ କ୍ଷତି ପହଁଞ୍ଚାଇ ନ ଥିବା ସୂଚନା ମିଳିଛି । ପରେ ଅଜଗର ସାପଟିକୁ ସ୍ଥାନୀୟ ଜଙ୍ଗଲରେ ଛାଡି ଦିଆଯାଇଥିଲା । ବନ୍ୟା ସମୟରେ ସାପଟି ଖାଦ୍ୟ ଅନୁସନ୍ଧାନରେ ଡାକ୍ତରଖାନାରେ ପଶିଥିବା ଅନୁମାନ କରାଯାଉଛି । ଡାକ୍ତରଖାନାରେ ପଶିବା ସମୟରେ ସାପଟି କାହାକୁ ଆକ୍ରମଣ କରି ନଥିବା ଖବର ରହିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.