ETV Bharat / state

ବିଦ୍ୟୁତ୍ ସଂସ୍ପର୍ଶରେ ଆସି 5 ଗାଈ ମୃତ

ଏମ୍ଭି 127 ଗ୍ରାମ କେନାଲ ନିକଟରେ ବିଦ୍ୟୁତ ଖୁଣ୍ଟରୁ ତାର ଛିଡି ପଡିଥିବା ବେଳେ 5ଟି ଗାଈ ଘାସ ଖାଇବାକୁ ଯାଇ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡ଼ିଛନ୍ତି ।

author img

By

Published : Jun 14, 2019, 10:59 AM IST

Updated : Jun 18, 2019, 10:57 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ 5ଟି ଗାଈର ମୃତଦେହ ଦେଖିବାକୁ ମିଳିଛି । ଗୁରୁବାର ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ. ଭି-127 ଗ୍ରାମର କେନାଲ ନିକଟରେ 5ଟି ଗାଈର ମୃତଦେହ ଦେଖିବାକୁ ମିଳିଛି । କିଛି ଦିନ ହେବ ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ବହୁବାର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗାଈମାନେ ମୃତାହତ ହେଉଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନା ମୁତାବକ, ଏମଭି-127 ଗ୍ରାମ କେନାଲ ନିକଟରେ ବିଦ୍ୟୁତ ଖୁଣ୍ଟରୁ ତାର ଛିଡି ପଡିଥିବା ବେଳେ 5ଟି ଗାଈ ଘାସ ଖାଇବାକୁ ଯାଇ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଗ୍ରାମ ଠାରୁ ମାତ୍ର କେଇ ମିଟର ଦୂରରେ ଥିବା ବିଦ୍ୟୁତ ବିଭାଗୀୟ ଅବହେଳା ଯୋଗୁଁ ଏଭଳି ଘଟିଛି ବୋଲି ଗାଁ ଲୋକ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କୌଣସି ବିଦ୍ୟୁତ ବିଭାଗୀୟ ଅଧିକାରୀ ଏନେଇ ପଦକ୍ଷେପ ନେଉନାହାନ୍ତି l ତେଣୁ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଘଟଣା ଘଟୁଥିବାର ଜନସାଧରଣରେ ଚର୍ଚ୍ଚା ଜୋର ଧରିଛି।

ସେପଟେ ଏନେଇ ବିଦ୍ୟୁତ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ହୋଇଥିବା ସତ୍ୱେ ଏହାର କୌଣସି ସମାଧାନ ହୋଇପାରୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି l ଏଭଳି ଦାୟିତ୍ବହୀନତା ହେତୁ ଗୃହପାଳିତ ପଶୁ ପକ୍ଷୀଙ୍କ ମୃତ୍ୟୁ ହେଉଥିବା ବେଳେ ଆଗାମୀ ଦିନରେ ଏହା ବିଦ୍ୟୁତ୍ ଜନିତ ମୃତ୍ୟୁ ମଡକ ସୃଷ୍ଟି କରିବ । ତେବେ ବିଦ୍ୟୁତ୍ ସରୋବରାହରେ ପରିଲକ୍ଷିତ ହେଉଥିବା ଏଭଳି ଅବ୍ୟବସ୍ଥାର ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

zngn

Conclusion:
Last Updated : Jun 18, 2019, 10:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.