ETV Bharat / state

ମୁଲେର ଜଙ୍ଗଲରେ ଗୁଳିବିନିମୟ, ଜଣେ ମାଓବାଦୀ ମୃତ

author img

By

Published : Nov 23, 2019, 12:31 PM IST

Updated : Nov 23, 2019, 6:46 PM IST

ମାଲକାନଗିରି ସୀମାନ୍ତ ଛତିଶଗଡର ମୁଲେର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଏହି ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି।

ଫାଇଲ ଫଟୋ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡ ମୁଲେର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।

ଛତିଶଗଡର ସୁକୁମା ଜିଲ୍ଲାର ଫୁଲବଗୋଡି ଥାନା ଅଧୀନସ୍ଥ ମୁଲେର ଜଙ୍ଗଲରେ ମାଓବାଦୀ ଠୁଳ ହୋଇଥିବା ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ମିଳିବା ପରେ ଡିଆରଜି ଯବାନମାନେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ ମାଓବାଦୀ ।

ପାଲଟା ଜବାବ ଦେବାକୁ ଯାଇ ଗୁଳିମାଡ କରିଥିଲେ ଯବାନ । ପ୍ରାୟ 1ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାପରେ ମାଓବାଦୀ ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ସେଠାରୁ ଚମ୍ପଟ ମାରିଥିଲେ । ପରେ ଯବାନଙ୍କ ପକ୍ଷରୁ ଘଟଣାସ୍ଥଳରେ କରାଯାଇଥିବା ତଲାସୀ ଅଭିଯାନରେ ଜଣେ ପୋଷାକ ପିନ୍ଧା ମାଓବାଦୀର ମୃତଦେହ ମିଳିବା ସହ ମାଓ ସାମଗ୍ରୀ ଜବତ କରାଯାଇଥିଲା । ବର୍ତ୍ତମାନ ମଧ୍ୟ ସେଠାରେ ତଲାସୀ ଅଭିଯାନ ଜାରି ରହିଥିବା ସୁକୁମା ଏସପି ସୌଲଭ ସିହ୍ନା ସୂଚନା ଦେଇଛନ୍ତି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Nov 23, 2019, 6:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.