କୋରାପୁଟ: ଜିଲ୍ଲାର ସୁଙ୍କି ଆଉଟ ପୋଷ୍ଟରେ ପଟ୍ଟାଙ୍ଗି ପୋଲିସ ଦ୍ଵାରା ପାଖାପାଖି 8 କୋଟି ଟଙ୍କାର ଜାଲ୍ ଟଙ୍କା ଜବତ ହୋଇଛି । ତେବେ ଏହି ଘଟଣାରେ ପୋଲିସ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୁଙ୍କି ଆଉଟ ପୋଷ୍ଟ ରେ ପଟ୍ଟାଙ୍ଗି ପୋଲିସ ଦ୍ଵାରା ପାଖାପାଖି 8 କୋଟି ଟଙ୍କାର ଜାଲ୍ ମୁଦ୍ରା ଜବତ ହୋଇଛି । ଏ ସଂକ୍ରାନ୍ତରେ ଗୋଟିଏ ଫିଗୋ କାର ଜବତ କରାଯିବା ସହ 3 ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁନ ଗୁଣ୍ଟାପଲି ସୁନାବେଡ଼ା ଏସ୍ଡିପିଓ ଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ପ୍ରଦାନ କରିଛନ୍ତି । ଅଭିଯୁକ୍ର ତିନିଜଣ ଛତିଶଗଡ଼ର ରାୟପୁର ଅଞ୍ଚଳରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ 7 କୋଟି 90 ଲକ୍ଷ ମୂଲ୍ୟର ନକଲି 500 ଟଙ୍କିଆ ନୋଟ ନେଇଯାଉଥିବା କୋରାପୁଟ ଏସପି ଗୁଣ୍ଟାପଲି କହିଛନ୍ତି । ତେବେ ଏତେ ପରିମାଣର ଅତି ନିମ୍ନ ମାନର ନକଲି ନୋଟ କେଉଁ କାରଣରୁ କାହା ପାଖକୁ ନେଇଯାଉଥିଲେ ତାହା ଅଧିକ ତଦନ୍ତରୁ ଜଣାପଡିବ ବୋଲି କହିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ