ETV Bharat / state

ବିଶ୍ବ ପର୍ଯ୍ୟଟନ ଦିବସ: କୋରାପୁଟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି - କୋରାପୁଟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି

ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲ୍ଲାରେ ଆୟୋଜିତ ହୋଇଯାଇଛି ସଚେତନାତର ଶୋଭାଯାତ୍ରା । ଗତ ଦୁଇ ବର୍ଷ ହେବ ଜିଲ୍ଲାରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି । ସେପଟେ କୋରାପୁଟକୁ ଆଦିବାସୀ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ସରକାରଙ୍କ ସହ ଆଲୋଚନା କରିବେ ବୋଲି କୋରାପୁଟ ସାଂସଦ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Sep 27, 2019, 11:30 PM IST

କୋରାପୁଟ: ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ଏହି ଅବସରରେ କୋରାପୁଟ ଜିଲ୍ଲାରେ ଆୟୋଜିତ ହୋଇଯାଇଛି ସଚେତନାତର ଶୋଭାଯାତ୍ରା । ଶୋଭାଯାତ୍ରାରେ ପର୍ଯ୍ୟଟନ କ୍ଷେତ୍ରକୁ ସଫାସୁତୁରା ରଖିବା, ସେଗୁଡିକ ସମ୍ପର୍କରେ ସବିଶେଷ ତଥ୍ୟ ଉପଲବ୍ଧି କରିବା ଓ ପର୍ଯ୍ୟଟଙ୍କ ପାଇଁ ଆତିଥ୍ୟ ସେବା ଯୋଗାଇ ଦେବାର ଆବଶ୍ୟକତା ସମ୍ପର୍କରେ ଜନ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟରେ ଭରପୁର ଥିବା ପାହାଡ଼ ପର୍ବତ, ଝରଣା ଓ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ, ଆଦିବାସୀ ଜୀବନ ଶୈଳୀ, ଦେବୀ ଦେବତାଙ୍କ ପାରମ୍ପରିକ ପୀଠ, ଜୈନ ମୂର୍ତ୍ତିରାଜି ଏବଂ କୁନ୍ଦୁଲି ଓ ଅନକାଡେଲି ଭଳି ସ୍ଥାନରେ ବସୁଥିବା ପାରମ୍ପାରିକ ସାପ୍ତାହିକ ହାଟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି । ତେବେ କୋରାପୁଟର ଆଭ୍ୟନ୍ତରୀଣ ଅଞ୍ଚଳରେ ମାଓବାଦୀଙ୍କ ପ୍ରାଦୁର୍ଭାବକୁ ଆଖିରେ ରଖି କିଛି ବର୍ଷ ବିଦେଶୀ ପର୍ଯ୍ୟଟକଙ୍କୁ କେବଳ ଜିଲ୍ଲା ପ୍ରଶାସନ ଦ୍ବାରା ସୁରକ୍ଷିତ ଭାବେ ଚିହ୍ନଟ କରାଯାଇଥିବା ପର୍ଯ୍ୟଟନ ସ୍ଥଳୀକୁ ଯିବା ପାଇଁ ଅନୁମତି ପ୍ରଦାନ କରାଯାଉଥିଲା ।

ଯାହା ଫଳରେ ଜିଲ୍ଲାରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଯାଇଥିଲା । କିନ୍ତୁ ଗତ ଦୁଇ ବର୍ଷ ହେବ ଏହି ପ୍ରତିବନ୍ଧକକୁ କୋହଳ କରିଦିଆଯିବା ପରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମା ଜଣାଇଛନ୍ତି । ଚଳିତ ବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୭୮୦ ରେ ପହଞ୍ଚି ସାରିଛି । ପର୍ଯ୍ୟଟନ ବିଭାଗ ଦ୍ବାରା କୋରାପୁଟ ସହରରେ ଚନ୍ଦନ ପୋଖରୀର ସୌନ୍ଦର୍ଯ୍ୟକରଣ ଠାରୁ ଆରମ୍ଭ କରି ଦେଓମାଳି ପର୍ବତ, ଡୁଡୁମା, ରାଣୀ ଡୁଡୁମା ପ୍ରଭୃତି ଅଞ୍ଚଳର ବିକାଶ ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିବା ଯୋଗୁଁ କୋରାପୁଟ ଭବିଷ୍ୟତରେ ଆହୁରି ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ।

ଏଥି ସହିତ କୋରାପୁଟ ଓ ରାୟଗଡା ଅଞ୍ଚଳରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ, ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଜୀବନ ପ୍ରଣାଳୀକୁ ନେଇ ଏକ ଆଦିବାସୀ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଅଂଚଳରେ ପର୍ଯ୍ୟଟନ କ୍ଷେତ୍ର କୁ ସଫାସୁତୁରା ରଖିବା , ସେଗୁଡିକ ସମ୍ପର୍କରେ ସବିଶେଷ ତଥ୍ୟ ଉପଲବ୍ଧି କରିବା ଓ ପର୍ଯ୍ୟଟଙ୍କ ପାଇଁ ଆତିଥ୍ୟର ସେବା ଯୋଗାଇଦେବା ର ଆବଶ୍ୟକତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ କୋରାପୁଟ ସହରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ।Body:ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
କୋରାପୁଟରେ ଭରପୁର ହୋଇଥିବା ପାହାଡ଼ ପର୍ବତ , ଝରଣା ଓ ଜଙ୍ଗଲ ର ପ୍ରାକୃତିକ ସୌନ୍ଦର୍ଯ୍ୟ , ଆଦିବାସୀ ଜୀବନ ଶୈଳୀ , ଦେବୀ ଦେବତା ଙ୍କ ପାରମ୍ପରିକ ପୀଠ , ଜୈନ ମୂର୍ତିରାଜି ଏବଂ କୁନ୍ଦୁଲି ଓ ଅନକାଡେଲି ଭଳି ସ୍ଥାନରେ ରେ ବସୁଥିବା ପାରମ୍ପାରିକ ସାପ୍ତାହିକ ହାଟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି । ତେବେ କୋରାପୁଟ ର ଆଭ୍ୟନ୍ତରୀଣ ଅଞ୍ଚଜଳରେ ମାଓବାଦୀଙ୍କ ପ୍ରାଦୁର୍ଭାବକୁ ଆଖିରେ ରଖି କିଛି ବର୍ଷ ବିଦେଶୀ ପର୍ଯ୍ୟଟକଙ୍କୁ କେବଳ ଜିଲ୍ଲା ପ୍ରଶାସନ ଦ୍ୱାରା ସୁରକ୍ଷିତ ଭାବେ ଚିହ୍ନଟ କରାଯାଇଥିବା ପର୍ଯ୍ୟଟନ ସ୍ଥଳୀକୁ ଯିବା ପାଇଁ ଅନୁମତି ପ୍ରଦାନ କରାଯାଉଥିଲା । ଯାହା ଫଳରେ ଜିଲ୍ଲାରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଯାଇଥିଲା । କିନ୍ତୁ ଗତ ଦୁଇ ବର୍ଷ ହେବ ଏହି ପ୍ରତିବନ୍ଧକକୁ କୋହଳ କରିଦିଆଯିବା ପରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ଜିଲ୍ଳାରେ ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମା ଜଣାଇଛନ୍ତି । ଚଳିତ ବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୭୮୦ ରେ ପହଂଚି ସାରିଛି ଯାହା ଏକ ଉତ୍ସାହଜନକ ସ୍ଥିତି ବୋଲି ସେ ମତ ରଖିଛନ୍ତି । ପର୍ଯ୍ୟଟନ ବିଭାଗ ଦ୍ୱାରା କୋରାପୁଟ ସହରରେ ଚନ୍ଦନ ପୋଖରୀ ର ସୌନ୍ଦର୍ଯ୍ୟକରଣ ଠାରୁ ଆରମ୍ଭ କରି ଦେଓମାଳି ପର୍ବତ ,ଡୁଡୁମା ,ରାଣୀ ଡୁଡୁମା ପ୍ରଭୃତି ଅଂଚଳର ବିକାଶ ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିବା ଯୋଗୁଁ କୋରାପୁଟ ଭବିଷ୍ୟତରେ ଆହୁରି ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଏଥି ସହିତ କୋରାପୁଟ ଓ ରାୟଗଡା ଅଂଚଳରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ , ରେଳପଥ , ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଜୀବନ ପ୍ରଣାଳୀ କୁ ନେଇ ଏକ ଆଦିବାସୀ ପର୍ଯ୍ୟଟନ କ୍ଷେତ୍ର ଭାବେ ଏହି ଅଂଚଳକୁ ମାନ୍ୟତା ପ୍ରଦାନ କରି କିପରି ପର୍ଯ୍ୟଟକଙ୍କ ମଧ୍ୟରେ ଏହି ଅଂଚଳ ପ୍ରତି ଆକର୍ଷଣ ସୃଷ୍ଟି କରିହେବ ସେ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା ଜଣାଇଛନ୍ତି । Conclusion:......
Byte : Surendra Lima , Tourist Officer
Byte : Saptagir Ulaka , MP, Koraput
........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.