ETV Bharat / state

ବାଲ୍ୟ ବିବାହ ରୋକିବାକୁ ପ୍ରତି ଗାଁରେ ଗଠନ ହେବ କମିଟି - ଶିଶୁ ସୁରକ୍ଷା ବିଭାଗ

ବାଲ୍ୟ ବିବାହ (Child Marriage) ଓ ଶିଶୁ ନିର୍ଯ୍ୟାତନା ରୋକିବା ପାଇଁ କୋରାପୁଟ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରଠାରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

workshop on preventing child marriage in koraput
ବାଲ୍ୟ ବିବାହ ରୋକିବାକୁ ଗାଁରେ ଗଠନ ହେବ କମିଟି
author img

By

Published : Jun 4, 2022, 12:08 PM IST

କୋରାପୁଟ: ବାଲ୍ୟ ବିବାହ ଓ ଶିଶୁ ନିର୍ଯ୍ୟାତନା ରୋକିବା ପାଇଁ କୋରାପୁଟ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରଠାରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଏହାକୁ ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଉପସ୍ଥିତ ରହି ଜିଲ୍ଲାରେ କିପରି ବାଲ୍ୟ ବିବାହକୁ ରୋକାଯାଇ ପାରିବ ସେ ସଂପର୍କରେ ତୃଣମୂଳ ସ୍ତରରୁ ସଚେତନ ହେବା ନେଇ ପରାମର୍ଶ ଦେଇଥିଲେ ।

ବାଲ୍ୟ ବିବାହ ରୋକିବାକୁ ଗାଁରେ ଗଠନ ହେବ କମିଟି

ସେହିପରି CDMO ଡ. ଅରୁଣ କୁମାର ପାଢୀ, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ବାଲ୍ୟ ବିବାହରେ କୋରାପୁଟ ଜିଲ୍ଲା ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଥିବା ଯୋଗୁଁ ଆଶା, ଅଙ୍ଗନବାଡି ଓ ANM ମାନେ ପ୍ରତି ଗାଁରେ ଲୋକମାନଙ୍କୁ ସଚେତନ କରିବା ଉଚିତ୍‌ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ କହିଛନ୍ତି । ଜିଲ୍ଲାରେ ବାଲ୍ୟବିବାହ ରୋକିବା ପାଇଁ ପ୍ରତି ଗାଁରେ ଏକ କମିଟି ଗଠନ ହେବ ।

ସେମାନେ ଗାଁ ମାନଙ୍କରେ ହେଉଥିବା ବିବାହ ସମ୍ପର୍କରେ ବିଶେଷ ଦୃଷ୍ଟିଦେବା ସହ କୌଣସି ପ୍ରକାର ସମସ୍ୟା ଥିଲେ ବିଭାଗକୁ ଜଣାଇବେ । ବାଲ୍ୟ ବିବାହରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ପୋକ୍ସୋ ଆଇନକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ, ଆବାସିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ମଧ୍ୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଶିଶୁ ମାନେ ଯେଉଁ ଅସୁରକ୍ଷିତ ବାତାବରଣ ଦେଇ ଗତି କରୁଛନ୍ତି ତାକୁ କିପରି ରୋକାଯାଇପାରିବ ସେ ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.