କୋରାପୁଟ: ଚମ୍ପାପୁଟ ପୋଲ ନିକଟରେ ଥିବା ଜଳ ଭଣ୍ଡାରକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଏଭଳି ଘଟଣା ଦେଖିବାକୁ ମିଳିଛି ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ନିକଟସ୍ଥ ଚମ୍ପାପୁଟ ପୋଲ ନିକଟରେ । ସୂଚନାନୁସାରେ କୁକୁଡାପକ୍ଷୀ ଗ୍ରାମର ପଦ୍ମାଖରା ଓ ତାଙ୍କ ସ୍ବାମୀ ପୂର୍ଣ୍ଣ ଖରା ଦଶହରାପୂଜା ସାରି ପୂଜାରିଗୁଡାରୁ ଘରକୁ ଫେରୁଥିବାବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ଏହା ଉଭୟଙ୍କ ଭିତରେ ଉଗ୍ରରୂପ ନେବାରୁ ପୋଲ ନିକଟରେ ପହଞ୍ଚି ମହିଳା ଜଣକ ପାଣି ମଧ୍ୟକୁ ଡେଇଁ ପଡିଥିବା ନେଇ ଅଭିଯୋଗ ହୋଇଛି ।
ତେବେ ସୂଚନା ପାଇ ଘଟଣାସ୍ଥଳରେ ପାଡୁଆ ଥାନା ପୋଲିସ ଓ ନନ୍ଦପୁର ଅଗ୍ନିଶମ ବାହିନୀ ସାହାଯ୍ୟରେ ବହୁ ଖୋଜାଖୋଜି କରିବା ପରେ ପାଣିରୁ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ସେପଟେ ଏହି ଘଟଣାରେ ତଦନ୍ତ ଜାରି ରହିଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ