ETV Bharat / state

ସବୁଜ ନୁହେଁ ଧଳା କଲରା: ସ୍ବାବଲମ୍ବୀ ହେଉଛନ୍ତି ୧୦ ପରିବାର, ବଜାରରେ ବଢୁଛି ଚାହିଦା - ଧଳା କଲରା ଚାଷୀ ମନରେ ଭରି ଦେଇଛି ଆଶାର ଆଲୋକ

କୋରାପୁଟ ଜିଲ୍ଲାରେ କଫି, କାଜୁ, କପା, ଧୂଆଁପତ୍ର, ଅଦା , ଆମ୍ବ ଭଳି ଭଳିକି ଭଳି ଫସଲ ବିଶ୍ବ ଦରବାରରେ ଜିଲ୍ଲା ପାଇଁ ଆଣିଦେଇଛି ଏକ ସ୍ବତନ୍ତ୍ର ପରିଚୟ । କିନ୍ତୁ ଏବେ ଧଳା କଲରା ଚାଷ ଚାଷୀ ମନରେ ଭରି ଦେଇଛି ନୂତନ ଆଶାର କିରଣ । ଅଧିକ ପଢନ୍ତୁ...

ଧଳା କଲରା ଚାଷୀ ମନରେ ଭରି ଦେଇଛି ଆଶାର ଆଲୋକ
ଧଳା କଲରା ଚାଷୀ ମନରେ ଭରି ଦେଇଛି ଆଶାର ଆଲୋକ
author img

By

Published : Nov 6, 2021, 3:48 PM IST

କୋରାପୁଟ: ସତେଜ ସବୁଜ ଉପତ୍ୟକାର ପୃଷ୍ଠଭୂମି ଉପରେ ଅବସ୍ଥିତ କୋରାପୁଟ ଜିଲ୍ଲା । ଉଦ୍ୟାନ ଭିତ୍ତିକ କୃଷି ପାଇଁ ଜିଲ୍ଲାର ମୃତ୍ତିକା ଓ ଜଳବାୟୁ ଅତ୍ୟନ୍ତ ଅନୁକୁଳ । ତେବେ କୋରାପୁଟ ଜିଲ୍ଲାରେ କଫି ,କାଜୁ, କପା, ଧୂଆଁପତ୍ର, ଅଦା , ଆମ୍ବ ଭଳି ଭଳିକି ଭଳି ଫସଲ ବିଶ୍ବ ଦରବାରରେ ଜିଲ୍ଲା ପାଇଁ ଆଣିଦେଇଛି ଏକ ସ୍ବତନ୍ତ୍ର ପରିଚୟ । କିନ୍ତୁ ଏବେ ଧଳା କଲରା ଚାଷ ଚାଷୀ ମନରେ ଭରି ଦେଇଛି ନୂତନ ଆଶାର କିରଣ । ଆଉ ଏହି ଧଳା କଲରା ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି 10 ପରିବାର ।

ଧଳା କଲରା ଚାଷୀ ମନରେ ଭରି ଦେଇଛି ଆଶାର ଆଲୋକ
ପ୍ରଥମେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଧଳା କଲରା ଚାଷ ପାଇଁ ପୋଡ଼ାଗଡ, କାକିରିଗୁମ୍ମା, ପଞ୍ଚଡା ଓ ଭିତରଗଡଠାରେ ଚାଷୀଙ୍କୁ ଯୋଗାଇ ଦିଆଯାଇଥିଲା ପ୍ରୋତ୍ସାହନ । ବଜାରରେ ସାଧାରଣ କଲରା କେଜି 30/40 ବିକ୍ରି ହେଉଥିବାବେଳେ ଧଳା କଲରା କେଜି 60/70 ରେ ବିକ୍ରି ହେଉଛି । ଯାହା ଚାଷୀଙ୍କୁ କରୁଛି ବେଶ ଉତ୍ସାହିତ । ଏହି କଲରା ସାଧାରଣ କଲରାଠାରୁ ଅଧିକ ପିତା ଓ ଡାଇବେଟିସ ରୋଗରେ ପୀଡିତ ବ୍ୟକ୍ତିଙ୍କ ମଧ୍ୟରେ ବିଶେଷ ଆଦର ଲଭିଥିବା କହିଛନ୍ତି ଓଏଲଏମର ଜିଲ୍ଲା ଅଧିକାରୀ ।ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା ଏହି ଧଳା କଲରାର ଚାହିଦା ବଜାରରେ ଢେର ଅଧିକ ରହିଛି । ତେଣୁ ଏହି ଚାଷର ସଫଳତାକୁ ଦେଖି ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହାର ପ୍ରସାର କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା କୁହାଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.