ETV Bharat / state

Municipal Election: ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ - କୋରାପୁଟରେ ପୌର ମତଦାନ ଆରମ୍ଭ

ଆଜି ପୌର ନିର୍ବାଚନ । ଏଥିପାଇଁ ସକାଳ ୮ଟାରୁ କୋରାପୁଟ ଜିଲ୍ଲାରେ ପୌର ନିର୍ବାଚନ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

Municipal Election 2022:  ଶାନ୍ତି ଶୃଙ୍ଖଳାକ ସହ କୋରାପୁଟରେ ତାଲିଛି ମତଦାନ

author img

By

Published : Mar 24, 2022, 3:50 PM IST

କୋରାପୁଟ: ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର ଓ ସୁନାବେଡା ପୌର ପରିଷଦ ଓ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ।

ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

ତେବେ କୋରାପୁଟ ଜିଲ୍ଲାରେ ସକାଳୁ କିଛି ବୁଥରେ ଇଭିଏମ ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ବେଳେ ସେଗୁଡିକୁ ତୁରନ୍ତ ମରାମତି କରାଯାଇ ପୁନଃ ମତଦାନ କାର୍ଯ୍ୟକୁ ତ୍ବରାନ୍ବିତ କରାଗଲା । ତେବେ ସହର ଓ ପୌରାଞ୍ଚଳର ଗ୍ରାମ ଗୁଡିକରେ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ମହିଳା ଓ ପୁରୁଷ ଭୋଟର ଲମ୍ବା ଧାଡ଼ି ବାନ୍ଧି ଅପେକ୍ଷା କରିଥିବା ବେଳେ ବୟସ୍କ ଓ ଦିବ୍ୟାଙ୍ଗ ମାନେ ମଧ୍ୟ ଉତ୍ସାହର ସହ ପୋଲିଂ ବୁଥରେ ପହଞ୍ଚିଥିବା ଦେଖାଯାଇଛି ।

ଆଜି କୋରାପୁଟ ପୌର ପରିଷଦ ପାଇଁ ୨୧ଟି ୱାର୍ଡର ୩୨୮୭୫ ଭୋଟର ନିଜ ମତଦାନ ଦେବାକୁ ଥିବା ବେଳେ ଜୟପୁର ପୌରାଞ୍ଚଳର ୬୧୬୭୧ ଜଣ ଭୋଟର ୨୮ଟି ୱାର୍ଡର କାଉନସିଲର ସମେତ ପୌରପରିଷଦର ଅଧ୍ୟକ୍ଷ ପଦବୀ ପାଇଁ ଭୋଟ ଦେବାର ସୁଯୋଗ ପାଇଛନ୍ତି । ସେହିପରି ସୁନାବେଡା ପୌରାଞ୍ଚଳର ୨୫ଟି ୱାର୍ଡର ୩୬୯୧୫ ଜଣ ଭୋଟର ଏବଂ କୋଟପାଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୩ଟି ୱାର୍ଡରୁ ୧୨୫୯୧ ଜଣ ଭୋଟର ମତଦାନ କରିବେ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ସମସ୍ତ ସହରରେ ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ସୂଚନା ରହିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.