ETV Bharat / state

ବିଶାଖାପାଟନମ-କୋରାପୁଟ ପାସେଞ୍ଜର ଟ୍ରେନରେ ଲାଗିବ Vistadome Coach - କୋରାପୁଟ ରେଳଯାତ୍ରୀଙ୍କ ପାଇଁ ସୁବିଧା

ରାୟଗଡ଼ା ଦେଇ ବିଶାଖାପାଟଣା ଓ କୋରାପୁଟ ମଧ୍ୟରେ ଚାଲିଥିବା ସ୍ବତନ୍ତ୍ର ପାସେଞ୍ଜର ଟ୍ରେନରେ ଲାଗିବ ଗୋଟିଏ ଭିଷ୍ଟାଡମ୍ କୋଚ (Vistadome coach) ।

ବିଶାଖାପାଟନମ-କୋରାପୁଟ ପାସେଞ୍ଜର ଟ୍ରେନରେ ଲାଗିବ Vistadome coach

author img

By

Published : May 6, 2022, 9:45 PM IST

କୋରାପୁଟ: ଗତ ମାସ 9 ତାରିଖ ସୋମବାର ଠାରୁ ରାୟଗଡ଼ା ଦେଇ ବିଶାଖାପାଟନମ ଓ କୋରାପୁଟ ମଧ୍ୟରେ ଚାଲିଥିବା ସ୍ବତନ୍ତ୍ର ପାସେଞ୍ଜର ଟ୍ରେନରେ ଲାଗିବ ଗୋଟିଏ ଭିଷ୍ଟାଡମ୍ କୋଚ (Vistadome coach) । ଏ ସଂକ୍ରାନ୍ତରେ ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସପ୍ତାହରେ ତିନିଦିନ ଏହି ସ୍ବତନ୍ତ୍ର କୋଚରେ ପର୍ଯ୍ୟଟକ ରାୟଗଡ଼ା ଓ କୋରାପୁଟ ମଧ୍ୟରେ ଥିବା ରେଳ ଟର୍ଣ୍ଣେଲ ତଥା ପାର୍ଶ୍ଵବର୍ତ୍ତୀ ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେବାର ସୁଯୋଗ ପାଇପାରିବେ ।

ଏହି କୋଚ ବିଶାଖାପାଟନମରୁ ସୋମବାର, ବୁଧବାର ଓ ଶନିବାର କୋରାପୁଟ ଅଭିମୁଖେ ଯାତ୍ରା ଆରମ୍ଭ କରୁ ଥିବାବେଳେ କୋରାପୁଟରୁ ମଙ୍ଗଳବାର, ଗୁରୁବାର ଓ ରବିବାରରେ ବିଶାଖାପାଟଣାକୁ ଯାତ୍ରା କରିବ । ତେବେ ତିନିମାସର ପରୀକ୍ଷାମୂଳକ ଯାତ୍ରା ପରେ ଏହି କୋଚକୁ ସବୁଦିନ ଉପଲବ୍ଧ କରାଯିବାର ସମ୍ଭାବନା ଥିବା ଜଣାପଡିଛି । କିଛିଦିନ ପୂର୍ବେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ କୋରାପୁଟ ରେଳ ଷ୍ଟେସନରେ ଏହି ସ୍ବତନ୍ତ୍ର ପାସେଞ୍ଜର ଟ୍ରେନକୁ ଉଦଘାଟନ କରିଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.