କୋରାପୁଟ: ସାରାଦେଶ କୋରୋନା ବିରୁଦ୍ଧରେ ସଂଗ୍ରାମ କରୁଥିବାବେଳେ କିଛିଦିନ ପୂର୍ବେ ପଙ୍ଗପାଳ ଓ ବର୍ତ୍ତମାନ ଭୂତାଣୁ ଯୁକ୍ତ ବିଭିନ୍ନ ଶସ୍ୟ ବିହନ ସରକାର ଓ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ ଏ ସଂକ୍ରାନ୍ତରେ ଚାଷୀକୂଳ ସତର୍କ ହେବା ପାଇଁ ଜଣାଇଛନ୍ତି ।
ମାନ୍ୟତାପ୍ରାପ୍ତ ଅନୁଷ୍ଠାନର ଛାପ ନଥିଲେ କୌଣସି ବିହନ ପ୍ୟାକେଟକୁ ସ୍ବୀକାର ନକରିବା ପାଇଁ ସେ ସୂଚନା ଦେଇଛନ୍ତି । ଏହି ବିହନ ବ୍ୟାପକଭାବେ ଚାଷବାସକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ଥିବା ଯୋଗୁଁ ସରକାରଙ୍କ ସମେତ ବିହନ ନିଗମର କର୍ମକର୍ତ୍ତା ମଧ୍ୟ ଜନସଚେତନତା ସୃଷ୍ଟି କରିଥିବା ସେ ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ