କୋରାପୁଟ: ଜୟପୁରର ବାରିଣୀପୁଟ ପଞ୍ଚାୟତ ଅନ୍ତର୍ଗତ ଲାଠିଗୁଡା ଗାଁକୁ ରାସ୍ତାଟିଏ ନଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏନେଇ ଗ୍ରାମବାସୀ ଶୁକ୍ରବାର କୋରାପୁଟ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ଗାଁ ଜାତୀୟ ରାଜପଥଠାରୁ ମାତ୍ର 5 କିଲୋମିଟର ଦୂର ହୋଇଥିଲେ ହେଁ ରାସ୍ତା ଠିକ୍ ନଥିବା ଯୋଗୁଁ ଲୋକେ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ବିଶେଷକରି ଗର୍ଭବତୀ ମହିଳା ଓ ଅନ୍ୟ ରୋଗୀଙ୍କୁ ହସ୍ପିଟାଲ ନେବାରେ ଅସୁବିଧା ହେଉଛି । ତେଣୁ ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ