ETV Bharat / state

ଗାଁ ଭିତରୁ ପଶି ଆସିଲା ଭାଲୁ, ଆତଙ୍କିତ ଲୋକେ - ଭାଲୁ ଆତଙ୍କ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଲଦୀଯୋଡି ଗ୍ରାମରେ ଭାଲୁ ଆତଙ୍କ । ଅଧିକ ପଢନ୍ତୁ...

ଭାଲୁ ଭୟରେ ଗାଁ ଲୋକେ
ଭାଲୁ ଭୟରେ ଗାଁ ଲୋକେ
author img

By

Published : Jan 22, 2021, 1:22 PM IST

କୋରାପୁଟ: ପୁଣି ଭାଲୁ ଆତଙ୍କ । ଜିଲ୍ଲାର ବୋରିଗୁମ୍ମା ବ୍ଳକରେ ପୁଣି ଭାଲୁ ଭୟରେ ଲୋକେ । ପ୍ରାୟ ଏକ ସପ୍ତାହ ଧରି ବୋରିଗୁମ୍ମା ବ୍ଲକ ଲଦୀଯୋଡି ଗ୍ରାମରେ ଭାଲୁ ଆତଙ୍କ ଖେଳାଇଥିବା ବେଳେ ଆଜି ଗାଁ ଭିତରକୁ ପଶି ଆସିଛି ।

ଭାଲୁ ଭୟରେ ଗାଁ ଲୋକେ

ସୂଚନାଅନୁସାରେ ସପ୍ତାହ ହେବ ବୋରିଗୁମ୍ମା ଅଞ୍ଚଳରେ ଭାଲୁ ଆତଙ୍କ ଖେଳାଇଥିବା ବେଳେ ଆଜି ଗାଁ ଭିତରକୁ ପଶିଆସିଛି । ଫଳରେ ଗାଁ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ଏନେଇ ଗାଁ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବୋରିଗୁମ୍ମା ବନବିଭାଗ ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହେଲେ ଭାଲୁଟି ଗାଁ ମଝିରେ ଥିବା ଏକ ବଡ଼ ଗଛ ଉପରକୁ ଚଢି ଯାଇଛି । ଫଳରେ ଭାଲୁକୁ ଧରିବା ସମ୍ଭବ ହୋଇନାହିଁ । ଭାଲୁର ଗତିବିଧି ଉପରେ ବନବିଭାଗ ନଜର ରଖିଛି । ଅପର ପକ୍ଷରେ ଗାଁ ଭିତରକୁ ଭାଲୁଟି ପଶି ଆସିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.