ETV Bharat / state

ଦୁରୁଆଙ୍କୁ ଆଦିବାସୀ ମାନ୍ୟତା ମିଳିବାର ସମ୍ଭାବନା ଉଜ୍ବଳ: ନିତ୍ୟାନନ୍ଦ ଗଣ୍ଡ - ଖୁବଶୀଘ୍ର ମିଳିପାରେ ଦୁରୁଆଙ୍କୁ ଆଦିବାସୀ ମାନ୍ୟତା

ଖୁବଶୀଘ୍ର ମିଳିପାରେ ଦୁରୁଆଙ୍କୁ ଆଦିବାସୀ ମାନ୍ୟତା । ଦୁରୁଆଙ୍କୁ ଆଦିବାସୀ ମାନ୍ୟତା ଦେବାପାଇଁ ଦାବି କରାଯାଉଥିବା ବେଳେ ମାନ୍ୟତା ମିଳିବାର ସମ୍ଭାବନା ଉଜ୍ବଳ ବୋଲି ବିଜେପି ଆଦିବାସୀ ସେଲର ରାଜ୍ୟ ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଶାବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

ଦୁରୁଆଙ୍କୁ ଆଦିବାସୀ ମାନ୍ୟତା ମିଳିବାର ସମ୍ଭାବନା ଉଜ୍ବଳ

author img

By

Published : Oct 7, 2022, 8:49 AM IST

କୋରାପୁଟ: ବଢିଲା ଦୁରୁଆଜନଜାତିଙ୍କ ଆଶା । ଖୁବଶୀଘ୍ର ମିଳିପାରେ ଦୁରୁଆଙ୍କୁ ଆଦିବାସୀ ମାନ୍ୟତା । ଦୁରୁଆଙ୍କୁ ଆଦିବାସୀ ମାନ୍ୟତା ଦେବାପାଇଁ ଦାବି କରାଯାଉଥିବା ବେଳେ ମାନ୍ୟତା ମିଳିବାର ସମ୍ଭାବନା ଉଜ୍ବଳ ବୋଲି ବିଜେପି ଆଦିବାସୀ ସେଲର ରାଜ୍ୟ ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଶାବ୍ୟକ୍ତ କରିଛନ୍ତି ।

ଗତ କିଛି ଦିନ ପୂର୍ବେ କେନ୍ଦ୍ରୀୟ ଆଦିବାସୀ ଜାତି ଓ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକ ଅନେକବାର କୋରାପୁଟ ଜିଲ୍ଲା ଗସ୍ତ କରି ଦୁରୁଆ ଜନଜାତିର ଲୋକଙ୍କ ସହ ବାର୍ତ୍ତାଳାପ କରିଛନ୍ତି ଏବଂ ତାଙ୍କ ରିପୋର୍ଟ ଉପରେ କେନ୍ଦ୍ର ଏସସି/ଏସଟି କମିଶନ ଅନୁଧ୍ୟାନ କରୁଥିବା ଯୋଗୁଁ ଦୁରୁଆଙ୍କ ଆଦିବାସୀ ମାନ୍ୟତା ପାଇଁ ହୋଇଥିବା ଦାବି ନିକଟ ଭବିଷ୍ୟତରେ ପୂର୍ଣ୍ଣ ହେବାର ସମ୍ଭାବନା ଉଜ୍ଜ୍ବଳ ରହିଛି ବୋଲି କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ ।

ଦୁରୁଆଙ୍କୁ ଆଦିବାସୀ ମାନ୍ୟତା ମିଳିବାର ସମ୍ଭାବନା ଉଜ୍ବଳ

ଏହା ମଧ୍ୟ ପଢନ୍ତୁ:Dhamnagar By-Poll: ବିଜୟ ନେଇ 3 ଦଳର ଦୃଢ ଦାବି, ଆମେ ଜିତିବୁ ନିର୍ବାଚନ

ଏନେଇ ଆଦିବାସୀ ସେଲର ରାଜ୍ୟ ସଭାପତି କହିଛନ୍ତି ଯେ, " ଆସନ୍ତା 20 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ କୋରାପୁଟ ରେଳ ପଡ଼ିଆରେ ବିଜେପି ଏସସି/ଏସଟି ମଞ୍ଚ ଆନୁକୁଲ୍ୟରେ ବିଶାଳ ଆଦିବାସୀ ସମାବେଶ କରାଯିବ । ଏହି ସମାବେଶରେ ରାଜ୍ୟର 11 ଜଣ ବିଜେପି ବିଧାୟକଙ୍କ ସହ କେନ୍ଦ୍ରୀୟ ନେତୃମଣ୍ଡଳୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନଧରି କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଦିବାସୀ ଦଳୀୟ କର୍ମୀଙ୍କୁ ବିଜେପି ଦଳର ଆଦର୍ଶ, ନୀତି ନିୟମ ଓ ନିର୍ବାଚନ ଲଢ଼ିବାକୁ ଧାରା ସମ୍ପର୍କରେ ତାଲିମ ଦିଆଯିବାକୁ ଥିବାବେଳେ ତୃତୀୟ ଦିନରେ ବିଶାଳ ଆଦିବାସୀ ସମାବେଶରେ ବରିଷ୍ଠ ନେତା ଗୁରୁମନ୍ତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।"

ଓଡ଼ିଶା ରାଜ୍ୟ ଆସନରୁ କିପରି ବିଜେଡିକୁ ହଟାଇ ବିଜେପି ସରକାର ଗଠନ କରିବ ସେ ସଂକ୍ରାନ୍ତରେ ଦଳର ଆଦିବାସୀ କର୍ମୀ ଓ ନେତାଙ୍କୁ ପ୍ରେରିତ କରାଯିବ ବୋଲି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ କହିଛନ୍ତି । ବିଜେପିର କେନ୍ଦ୍ରୀୟ ସଚିବ ଜେ ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପରେ ପରେ ବିଜେପିରେ ଏପରି ନୂତନ ଉତ୍ସାହକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.