ETV Bharat / state

SCBରେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇବା ଘଟଣା, ଆଦିବାସୀ ସମାଜର କ୍ଷୋଭ

କଟକ ବଡ଼ ମେଡ଼ିକାଲ SCBରେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇବା ଘଟଣା । କ୍ଷୋଭ ପ୍ରକାଶ କଲା କୋରାପୁଟ ଆଦିବାସୀ ସମାଜ । ଅଧିକ ପଢନ୍ତୁ

author img

By

Published : Sep 2, 2022, 4:50 PM IST

Updated : Sep 3, 2022, 12:15 PM IST

SCBରେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇବା ଘଟଣା, ଆଦିବାସୀ ସମାଜର କ୍ଷୋଭ
SCBରେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇବା ଘଟଣା, ଆଦିବାସୀ ସମାଜର କ୍ଷୋଭ

କୋରାପୁଟ: କଟକ ବଡ଼ ମେଡି଼କାଲ ଏସସିବିକୁ (SCB) ଚିକିତ୍ସା ପାଇଁ ଆସିଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କୁ (Padma Shri Kamala Pujari) ହସ୍ପିଟାଲ ଭିତରେ ନଚାଇବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପଦ୍ମଶ୍ରୀ ପୂଜାରୀ ଆଇସିୟୁ ଭିତରେ ରହି ଚିକିତ୍ସିତ ହେଉଥିବାବେଳେ, ଜଣେ ମହିଳା ତାଙ୍କୁ ଧରି ନାଚୁଥିବାର ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ବିରୋଧ କରିଛି ଆଦିବାସୀ ସମ୍ପ୍ରଦାୟ । ଏହି ସମୟରେ କିଛି ଅଘଟଣ ଘଟିଥିଲେ ସେଥିପାଇଁ କିଏ ଦାୟୀ ରହିଥାନ୍ତା ବୋଲି ଆଦିବାସୀ ସଂଘ ପ୍ରଶ୍ନ କରିବା ସହିତ ମହିଳାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଆଦିବାସୀ ସଂଘ ସଭାପତି ହରିଶ ମୁଦୁଲିଙ୍କ ଅଭିଯୋଗ ଅନୁଯାୟୀ, ‘‘କମଳା ପୂଜାରୀଙ୍କ ଅଣ୍ଟା ଧରି ଉକ୍ତ ସମାଜସେବୀ ଜଣକ ତାଙ୍କୁ ନଚାଇଥିଲେ ।’’ ତେବେ ଆଇସିୟୁ ଭିତରକୁ କ୍ୟାମେରା ନେବା ବାରଣ ଥିବାବେଳେ ସେ କିପରି କ୍ୟାମେରା ନେଇ ଭିଡିଓ ସୁଟିଂ କଲେ ବୋଲି ପ୍ରଶ୍ନ ଉଠିଛି । ଏପରିକି ଏସସିବି ମେଡ଼ିକାଲ(SCB Medical)ର ଆଇସିୟୁ ମଧ୍ୟକୁ କ୍ୟାମେରା ନେଇ ଏହି ସବୁ ଭିଡିଓ କଲାବେଳେ ମେଡ଼ିକାଲ କର୍ତ୍ତୃପକ୍ଷ କାହିଁକି ବାରଣ କଲେ ନାହିଁ ? ଏହାର ତଦନ୍ତ କରିବାକୁ କୋରାପୁଟ ଜିଲ୍ଲାର ବହୁ ସଂଗଠନ ପକ୍ଷରୁ ଦାବି ମଧ୍ୟ ହୋଇଛି ।

ଏପଟେ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ ତାଙ୍କର ନାତି ଓ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଯୁବକଙ୍କୁ ପଠାଯାଇଥିଲା । କିନ୍ତୁ ମେଡିକାଲରେ ଭର୍ତ୍ତି ହେବା ପରେ ଉକ୍ତ ମହିଳା ମେଡିକାଲକୁ ଆସି ପଦ୍ମଶ୍ରୀ କମଳା ପୂଜାରିଙ୍କୁ ସାଙ୍ଗ ବୋଲି ସମ୍ବୋଧନ କରି ତାଙ୍କୁ ସେବା ଦେବା ବାହାନାରେ ବିଭିନ୍ନ ପ୍ରକାର ଭିଡିଓ କରି ତାଙ୍କୁ ନଚାଇଥିବା କୁହାଯାଉଛି ।

ଏହା ବି ପଢନ୍ତୁ- କଟକ SCBରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଜାତୀୟ ସମ୍ନାନ ପାଇଥିବା ପଦ୍ମଶ୍ରୀ କମଳା ପୂଜାରିଙ୍କୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିଥିବା ମହିଳାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ଅଭିଭକ୍ତ କୋରାପୁଟ ଆଦିବାସୀ ସମାଜ । ତେବେ ସୂଚନା ଥାଉକି, ପଦ୍ମଶ୍ରୀ ଗତ ୨୪ ତାରିଖ ଭୋର ୪ଟା ସମୟରେ ଏସସିବିରେ ଭର୍ତ୍ତି କରାଯାଇଥିଲା । କମଳା ପୂଜାରୀଙ୍କୁ ଜ୍ଵର ଓ ଝାଡା ହୋଇଥିଲା । ବୟସ ଅଧିକ ହୋଇଥିବାରୁ ସ୍ବାସ୍ଥ୍ୟ ଅସୁସ୍ଥ ପାଇଁ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏସସିବିରେ ତାଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ମଧ୍ୟ ଗଠନ କରାଯାଇଥିଲା ।

କୋରାପୁଟ ଜିଲ୍ଲାର ପାତ୍ରପୁଟରେ ୩୦୦ରୁ ଅଧିକ ପାରମ୍ପରିକ ଧାନ ବିହନ ସଂରକ୍ଷଣ କରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ କମଳା ପୂଜାରୀ । ଆଜିର ସମୟରେ ଲୋପ ପାଇବାକୁ ବସିଥିବା ବିଭିନ୍ନ କିଷମର ଧାନକୁ ‘ସିଡ୍‌ ବ୍ୟାଙ୍କ’ରେ ସାଇତି ରଖିଛନ୍ତି । ଧାନ ସଂରକ୍ଷଣ ଓ ଜୈବିକ ପ୍ରଣାଳୀରେ ଚାଷ କାମର ପ୍ରସାର ଦିଗରେ ସେ ଅହରହ କାର୍ଯ୍ୟରତ ।

ଇଟିଭି ଭାରତ, କୋରାପୁଟ

Last Updated : Sep 3, 2022, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.